logo

*ଦାମନଯୋଡିରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ*


ଦାମନଯୋଡି: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡିରେ ବିଭିନ୍ନ ସ୍ଥାନରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନାଲକୋ ପକ୍ଷରୁ ସେକ୍ଟର -୩ ସ୍ଥିତ ନେତାଜୀ ପଡ଼ିଆରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ସି ଆଇ ଏସ୍ ଏଫ୍, ଟାଉନସିପ ସିକ୍ୟୁରିଟି ସମେତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିଲେ । ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ଓ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ର ବରିଷ୍ଠ କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ, ଅଗ୍ନିଶମ ବିଭାଗ ଡେପୁଟି କମାଣ୍ଡାଣ୍ଟ ନରେନ୍ଦ୍ର ସିଂହ ଙ୍କ ସମେତ ନାଲକୋ ର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ୟାରେଡ କମାଣ୍ଡର ଇନ୍ସପେକ୍ଟର ଜିତେନ ଚୌଧୁରୀ ଙ୍କ ନେତୃତ୍ୱରେ ମୋଟ ୧୨ଟି ଦଳ ପ୍ୟାରେଡ ରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ର ସିପାହୀ ମାନେ ବିଭିନ୍ନ ଚିତ୍ତାକର୍ଷକ ଜ୍ଞାନ କୌଶଳ ପ୍ରଦର୍ଶନ କରିଥିଲେ । ଇତି ଅବସରରେ ସରସ୍ୱତୀ ବିଦ୍ୟା ମନ୍ଦିର ର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ହରିପ୍ରୀୟା ଦାସ ଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ବ୍ୟତୀତ ମିଡିଆ ହାଉସ୍ ଦାମନଯୋଡି,ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, କର୍ମଚାରୀ ସଂଘ, ଠିକା ଶ୍ରମିକ ସଂଘ, ଠାକୁର ଅନୁକୂଳଚନ୍ଦ୍ର ଆଶ୍ରମ ସମେତ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ହର୍ଷ ଉଲ୍ଲାସ ର ସହ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା ।

19
1310 views