logo

ରାଜ୍ୟ ସରକାର ଙ୍କ ବ୍ୟାନ ପରେ ଖୋର୍ଦ୍ଧା ଜ଼ିଲ୍ଲାରେ ତମାଖୁ ଗୁଟଖା ଓ ସିଗାରେଟ ର ମୂଲ୍ୟ ଦୁଇ ଗୁଣ ରେ ବିକ୍ରୀ

ଖୋର୍ଦ୍ଧା:୨୭.୧.୨୬(ଏ.ଆଇ.ଏମ.ଏ)
ରାଜ୍ୟ ସରକାର ସମସ୍ତ ଗୁଟଖା , ପାନମସଲା, ସିଗାରେଟ, ଜର୍ଦା, ଖଇନି ଏବଂ ତମାଖୁ ତଥା ନିକୋଟିନ ଯୁକ୍ତ ସମସ୍ତ ଉତ୍ପାଦର ବିକ୍ରି ଉପରେ ସମ୍ପୂର୍ଣ ବ୍ୟାନ ନିଷେଧାଦେଶ ଜାରି କରିଛନ୍ତି। ଏହାର ସୁଯୋଗ ନେଇ ଖୋର୍ଦ୍ଧା ଜ଼ିଲ୍ଲା ରେ ହୋଲସେଲ ବେପାରୀ ଏବେ ଚୋରାରେ ଖୁଚୁରା ବିକ୍ରେତା ମାନଙ୍କୁ ଦୁଇ ଗୁଣା ଦରରେ ବୀକ୍ରି କରି ମାଲେମାଲ ହେଉଥିବା ଦେଖିବାକୁ ମିଳୁଛି l ପୂର୍ବରୁ ଯେଉଁମାନେ ଏହି ଵ୍ୟବସାୟ କରୁଥିଲେ ସେମାନେ ଗୁଟଖା, ଖଇନି, ସିଗାରେଟ ଆଦିର ଦର ଦୁଇ ଗୁଣରୁ ଅଧିକ କରି କଳା ବଜାରରେ ବିକ୍ରି କରି ମାଲାମାଲ ହେଉଛନ୍ତି l ବର୍ତ୍ତମାନ ଜ଼ିଲ୍ଲା ର ଖୋର୍ଦ୍ଧା ଟାଉନ, ଜଟଣୀ, ବୋଲଗଡ, ବେଗୁନିଆ, ଟାଙ୍ଗୀ, ବାଲୁଗାଁ ଓ ବାଣପୁର ଅଂଚଳ ର ସମସ୍ତ ଖୁଚୁରା ଦୋକାନ ଗୁଡ଼ିକରେ ଖୋଲାଖୋଲି ତମାଖୁ ବିକ୍ରି ହେଉ ନଥିବା ବେଳେ ତମାଖୁ ସେବନରେ ଅଭ୍ୟସ୍ତ ଗ୍ରାହକ ଏବେ ବିକଳ୍ପ ଖୋଜୁଥିବାରୁ ଏହାର ସୁଯୋଗ ନେଇ ହୋଲସେଲ ବେପାରୀ କଳାବଜାର ଆରମ୍ଭ କରିଦେଇଛନ୍ତି । ଫଳରେ ଖୁଚୁରା ଦୋକାନୀ ଦୁଇ ଗୁଣରୁ ଉର୍ଦ୍ଧ ଚଢ଼ାଦରରେ ଲୋକଙ୍କୁ ତମାଖୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କାରଣ ଆଗରୁ କେବଳ ଗୁଟଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏବେ ନିକୋଟିନଯୁକ୍ତ ସମସ୍ତ ପଦାର୍ଥ କୁ ନିଷିଦ୍ଧ କରିବା ଫଳରେ କଳାବଜାରରେ ଅଧିକ ଭାବେ ବଢ଼ିଛି। ଯେଉଁ ହୋଲସେଲ୍ ବ୍ୟବସାୟୀମାନେ ଏସବୁ ସାମଗ୍ରୀକୁ ଗଚ୍ଛିତ ରଖିଥିଲେ ସେମାନେ ଦରକୁ ବଢ଼ାଇ ଦେଇଛନ୍ତି। ଆଉ ଲାଭବାନ୍ ହେଉଛନ୍ତି । ଦୋକାନୀମାନେ ବି ଲୁଚାଛପାରେ ଏହାକୁ ବିକ୍ରି କରୁଛନ୍ତି । ବିଭିନ୍ନ ନାମୀ ଓ ବେନାମୀ କମ୍ପାନିର ତମାଖୁ ବିକ୍ରି ହେଉଛି। ଫଳରେ ହୋଲସେଲ ବେପାରୀ ମାନଙ୍କୁ ଧରପଗଡ଼ର ଏବେ ଆବଶ୍ୟକ‌ତା ରହିଛି। ନଚେତ ସରକାର ଙ୍କ ଏହି ଗୁଟଖା ବ୍ୟାନ ନୀତିରେ ମଧ୍ୟବିତ୍ତ,ଗରିବ ଖଟିଖିଆ ଶୋଷଣ ହେଉଛନ୍ତି ଓ ଧନୀ ବେପାରୀ ମାଲେମାଲ ହେବେ l

81
4079 views