logo

ନାଲକୋର ବାର୍ଷିକ କ୍ରୀଡ଼ା ଉଦଯାପିତ

ଦାମନଯୋଡ଼ି,୨୭/୦୧:ନାଲକୋ ଟାଉନସିପ ସେକ୍ଟର ୩ ସ୍ଥିତ ନେତାଜୀ ଷ୍ଟାଡିୟମରେ ବାର୍ଷିକ କ୍ରୀଡ଼ା ୨୦୨୫-୨୬ ସୋମବାର ଉଦଯାପିତ ହୋଇଯାଇଛି।ନାଲକୋ ସ୍ପୋର୍ଟସ ସେଲ ପକ୍ଷରୁ ଅନୁଷ୍ଠିତ ଏହି କ୍ରୀଡ଼ାର ପ୍ରଥମ ଦିବସରେ ଗତ ୧୮ତାରିଖ ଦିନ ବାଲବାଟିକା ଠାରୁ ଦ୍ଵାଦଶ ଶ୍ରେଣୀ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼,ଲମ୍ବ ଡିଆଁ,ସଟପୁଟ,ଚକୋଲେଟ ଦୌଡ଼ ଆଦି ୩୦ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ।୨୬ତାରିଖ ଦ୍ବିତୀୟ ପର୍ଯ୍ୟାୟରେ ନାଲକୋ କର୍ମଚାରୀ ଓ ପରିବାର ମହିଳା ମାନଙ୍କୁ ନେଇ ୩୬ଟି ବିଭିନ୍ନ ପ୍ରକାର କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ,ଦିଲ୍ଲୀପ କୁମାର ବାଗ,ଏନ.ଏସ.ସୁଧାକର ଓ ଦୁର୍ଯ୍ୟୋଧନ ବେହେରା ଏବଂ ମହାପ୍ରବନ୍ଧକ କୁନ୍ତଳ ଆନନ୍ଦ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।ଶାରୀରିକ ଶିକ୍ଷା ଶିକ୍ଷକ ତଥା ରେଫାରୀ ଡ଼ଃ ରମେଶ ଚନ୍ଦ୍ର ସ୍ବାଇଁ,ଡଃ ନିରୋଦ କୁମାର ପ୍ରଧାନ ଓ ନବକିଶୋର ପଣ୍ଡା କ୍ରୀଡ଼ା ପରିଚାଳନା କରିଥିଲେ।ଦୀପ୍ତି ପ୍ରକାଶ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ।ନିର୍ମଳ କୁମାର ରାଉତ ମଞ୍ଚ ସଂଯୋଜନା କରିଥିଲେ।ଶ୍ରୀକାନ୍ତ ସାହୁ, ମୋହନ କଚିମ,ଦିଲ୍ଲୀପ କୁମାର ନାୟକ,ମହେନ୍ଦ୍ର ବେହେରା, ଲଳିତ ଗୌଡ଼,ତ୍ରିନାଥ ମାଳି,ପୁତୁଲ ମହାକୁଡ଼,ହରେକୃଷ୍ଣ ଏକୁଡୁ,ପ୍ରଭାତ କୁମାର ସାହୁ,ସୁଶାନ୍ତ ହିକୋକ୍କା ଓ ଏମ.କ୍ରିଷ୍ଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

32
1450 views