logo

ଅପ୍ରେଲ ଦୁଇ କୁଣ୍ଡାପିଠାରେ ଜିଲ୍ଲାସ୍ତରୀୟ ଭାଗବତ ପାରାୟଣ ନିମନ୍ତେ ପ୍ରସ୍ତୁତି ବୈଠକ।

ଅପ୍ରେଲ ଦୁଇ କୁଣ୍ଡାପିଠାରେ ଜିଲ୍ଲାସ୍ତରୀୟ ଭାଗବତ ପାରାୟଣ ନିମନ୍ତେ ପ୍ରସ୍ତୁତି ବୈଠକ।

ଘଟଗାଁ,୨୭/୧ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ପୁରୁଣା ସାହିରେ ଆସନ୍ତା ମାର୍ଚ୍ଚ ମାସ ୨୭ ତାରିଖ ପବିତ୍ର ରାମନବମୀ ଦିବସ ଠାରୁ ଭାଗବତ ପାରାୟଣ ଆରମ୍ଭ ହୋଇ ଅପ୍ରେଲ ମାସ ଦୁଇ ତାରିଖରେ ଉଦଯାପନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ପବିତ୍ର ସାଧାରଣତନ୍ତ୍ର ଦିବସର ଅପରାହ୍ନରେ ବରିଷ୍ଠ ନାଗରିକ ନରହରି ପଇଦାଙ୍କ ପୌରହିତ୍ୟରେ ପୁରୁଣା ସାହିର ଭାଇଭଉଣୀ ଗଣ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ କୁଣ୍ଡାପିଠା ପରିସରରେ ଏକତ୍ରିତ ହୋଇ କେନ୍ଦୁଝର ଜିଲ୍ଲା ଭାଗବତ ଟୁଙ୍ଗୀ ପ୍ରଚାର ଓ ପ୍ରସାର ସମିତିର ସଭାପତି ଦାଶରଥି ପ୍ରଧାନ ଏବଂ ଘଟଗାଁ ବ୍ଲକ୍ ଭାଗବତ ଟୁଙ୍ଗୀ ପ୍ରଚାର ଓ ପ୍ରସାରର ସଭାପତି ଜୟଦେବ ପଣ୍ଡା ଓ ସଂପାଦକ ମାୟାଧର ବାରିକଙ୍କ ପରାମର୍ଶ ଓ ଅନୁମତି କ୍ରମେ ଆସନ୍ତା ମାର୍ଚ୍ଚ ମାସ ୨୭ ତାରିଖ ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇ ଅପ୍ରେଲ ମାସ ଦୁଇ ତାରିଖ ପୂର୍ଣ୍ଣିମା ଦିନ ଉଦଯାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତଥର ଭଳି ଚଳିତ ବର୍ଷ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଭାଗବତ ଟୁଙ୍ଗୀ ପ୍ରଚାର ଓ ପ୍ରସାର ସମିତିର କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଅନୁରୋଧ କରାଯିବ ବୋଲିି ସିଦ୍ଧାନ୍ତ ନିଆଯାଇଛି। ଏଥିନିମନ୍ତେ ସହଯୋଗ କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଧାନଙ୍କ ଠାରୁ ପ୍ରତିଶ୍ରୁତି ମିଳିଛି। ଉକ୍ତ ପ୍ରସ୍ତୁତି ବୈଠକରେ ଗ୍ରାମର ଗୁରୁ ଚରଣ ପଲେଇ, ଭ୍ରମରବର ସେଠୀ, ଭଜକୃଷ୍ଣ ପଇଦା, କଳାକର ପଲେଇ, ଅର୍ଜୁନ ଚରଣ ପଲେଇ, ନକୁଳ ଚନ୍ଦ୍ର ପଲେଇ,ରଙ୍କନିଧି ପଇଦା , ଦୁଖବନ୍ଧୁ ପଇଦା, ସାଧୁ ଚରଣ ନାଏକ, ଅରୁଣ ପଇଦା , ବିଦ୍ୟାଧର ପଲେଇ,ପ୍ରଭୁ ପ୍ରସାଦ ପଲେଇ, ଶୈଳ ନାଏକ, ଅକ୍ଷୟ କୁମାର ପଲେଇ ଙ୍କ ସମେତ ସାହିର ମାଆ ଭଉଣୀ ଗଣ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆବାହକ ପଦ୍ମନାଭ ପଲେଇ ଓ ଶିବପ୍ରସାଦ ମହାକୁଡ଼ ସଭାଟିକୁ ପରିଚାଳନା କରିଥିବାବେଳେ ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ ପରିଚାଳନାରେ ସହଯୋଗ କରିଥିଲେ।

ବାବୁଲାଲ ପଲେଇ ଙ୍କ ରିପୋର୍ଟ।

8
1721 views