logo

ନିଜ ଦୁଃଖ ନିଜର - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

*ନିଜ ଦୁଃଖ ନିଜର*
*****"***""*********
ଅପ୍ରତ୍ୟାଶିତ ଭାବରେ ଆସେ ଦୁଃଖ
ତାର ସମୟ ଅନୁସାରେ,
ଯେତେ ସତର୍କ ହେଲେ ବି ଧସେଇ
ପଶିଆସି ଆଖିରୁ ଲୁହ ଝରାଇ ଦିଏ।

ଲୁହ ବୋଧେ ସବୁଠୁ ଆପଣାର
ଦୁଃଖ କୁ ନିଜର କରିନିଏ
ଆଉ ଝରଣା ଭଳି ଆଖି ରୁ
ଝରଝର ଝରିଯାଏ।

ମନକୁ ନିୟନ୍ତ୍ରଣ କରି
କିଛି ସମୟପରେ ପୁଣି ପ୍ରକୃତିସ୍ଥ
ହେବାପାଇଁ ପ୍ରୟାସ କରେ।
ନିଜର ମନକୁ ବୁଝାଇ ମୁହଁ ରେ,
ପୂର୍ବଭଳି ସୁଖିଲା ହସଟିକେ ଫୁଟାଇବାକୁ
ଚେଷ୍ଟା କରେ।

ଏଇତ ଜୀବନ, ଆରମ୍ଭ ରୁ ଶେଷ ସୁଦ୍ଧା,
ଉପଲବ୍ଧ ସୁଖ ଆଉ ଦୁଃଖ।
ପରିଶେଷରେ ମୋହ ମାୟା ସଂସାର ହାଟରୁ
ସଉଦା ସରିଲେ ତରତର ହୋଇ ଘରକୁ ଫେରି
ଆସିବାର ପରିକଳ୍ପନା।

ଉତ୍ତର ଵୟସେ କେବଳ ସାନ୍ତ୍ଵନା
ମନ ଚାହେଁ ବୋଧେ
ଆଉତ କିଛି ପାଇବାର ଇଚ୍ଛା ନଥାଏ।

ସାନ୍ତ୍ଵନା ବଦଳରେ ଯଦି ତିରସ୍କାର ମିଳେ
ସମ୍ମାନ ବଦଳରେ ଯଦି ଅସମ୍ମାନିତ କରାଯାଏ
ପ୍ରଶଂସା ବଦଳରେ ଯଦି ନିନ୍ଦା ଅପବାଦ ରେ
ପୋତି ଦିଆଯାଏ,
ତାହେଲେ ବଞ୍ଚି ଥାଉଁ ଥାଉଁ
ଜିଅନ୍ତା ଶବ ସହ ସମାନ ନା?

ଜୟ ଜଗନ୍ନାଥ 🙏
ପୁଷ୍ପାଞ୍ଜଳି ଆଚାର୍ଯ୍ୟ
ହୁଡୁକୋ କଲୋନୀ, କେନ୍ଦୁଝର।
ମୋବାଇଲ: 87631 58585

6
1170 views