logo

ପାଟଣାରେ ୭୭ ତମ ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ।

ପାଟଣାରେ ୭୭ ତମ ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ।

ପାଟଣା:୨୬/୦୧- କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ସୋମବାର ୭୭ ତମ ସାଧାରଣ ତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଭାରତର ସୁନାମଧନ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵରେ ଦେଶ ଦ୍ରୁତ ଗତିରେ ବିକାଶ କରିବା ସହିତ ବିଶ୍ଵ ରେ ଏକ ଦୃଢ଼ ଅର୍ଥ ଶକ୍ତିଭାବେ ଆଗକୁ ବଢୁଥିବା କହିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ପ୍ରମୁଖ ସମସ୍ୟା ର ସମାଧାନ କରିବାର ଦୃଢ଼ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ବ୍ଲକ ଅଧକ୍ଷା ବୀଣାପାଣି ନାୟକ, ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ ବି ଇ ଓ ପୂର୍ଣ୍ଣ ଚନ୍ଦ୍ର ଅମାତ, ବଡପାଟଣା ସରପଞ୍ଚ ବିନତି ବାନରା, ସାମାଜିକ କର୍ମୀ ଅଜୟ କୁମାର ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ଅନ୍ୟ ମାନ୍ୟଗଣ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ, ଦିଲୀପ କୁମାର ନାଏକ, ଶିକ୍ଷାବିତ ଭରତ ଚନ୍ଦ୍ର ସାହୁ,ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଏଠାରେ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ରମ କୁ ଶିକ୍ଷକ ପାର୍ଥ ସାରଥି ବେଜ୍, କମଳା କାନ୍ତ ପତି, କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ସଂଯୋଜନା ଓ ପରିଚାଳନା କରିଥିଲେ।ପାଟଣା ଅଞ୍ଚଳରେ କୋରନା ମହାମାରୀ ସମୟରେ ଗରିବ ଦୁଃଖୀ ଙ୍କୁ ଖାଦ୍ୟ ବସ୍ତ୍ର ପ୍ରଦାନକରି ଲୋକଙ୍କସେବା କରିଥିବାରୁ ଯୁବ ସମାଜ ସେବୀ ତଥା ଖବର ଦାତା ବିଜୟ ରତ୍ନ ପତି, ଖବର ଦାତା ବୀରକିଶୋର ଦାଶ, ଖବରଦାତା କିଶୋର ଚନ୍ଦ୍ର ମହାନ୍ତ ଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସାଧାରଣ ତନ୍ତ୍ର ଦିବସ ଅବସରରେ ପାଟଣା ବ୍ଲକ ରେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ତହସିଲ ରେ ତହସିଲଦାର ଅଶ୍ୱିନୀ କୁମାର ନାଏକ, ପାଟଣା ଥାନାରେ ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ବନାଞ୍ଚଳ କାର୍ଯ୍ୟାଳୟ ରେ ରେଞ୍ଜର ବନ ବିହାରି ସର୍ଦାର, ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ରେ ସଭାପତି ବ୍ରଜେନ୍ଦ୍ର ପତି, ପତାକା ଉତ୍ତୋଳନ କରି ସାଧାରଣ ତନ୍ତ୍ର ଦିବସ ପାଳନ କରିଥିଲେ। ଏହା ବ୍ୟତୀତ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ,ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଟଣା ପ୍ରେସ କ୍ଳବ ଓ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ପତାକା ଉତ୍ତୋଳନ କରି ସାଧାରଣ ତନ୍ତ୍ର ଦିବସ କୁ ଗର୍ବର ସହିତ ପାଳନ କରାଯାଇଥିଲା। ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ। କରି ସ୍ୱାଧୀନତା ଦିବସ ପାଳନ ରେ ସାମିଲ ହୋଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

4
851 views