logo

ନାଲକୋ ଦାମନଯୋଡ଼ିରେ ୭୭ତମ ସାଧାରଣତନ୍ତ୍ର ଦିବସ

ଦାମନଯୋଡ଼ି,୨୬/୦୧:ନାଲକୋ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ସେକ୍ଟର ୩ ସ୍ଥିତ ନେତାଜୀ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ।ତନ୍ମଧ୍ୟରୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ଦାମନଯୋଡ଼ି ଶାଖାର ୩ଟି,ଟାଉନସିପ ସୁରକ୍ଷା ଦାୟିତ୍ୱରେ ଥିବା କରଣ ସିଂ ସୁରକ୍ଷା ଏଜେନସିର ଗୋଟିଏ,ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସରସ୍ବତୀ ବିଦ୍ୟା ମନ୍ଦିରର ୪ଟି ଲେଖାଏଁ ଦଳ ଅଂଶଗ୍ରହଣ କରିଥିଲେ।କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଇନ୍ସପେକ୍ଟର ଜିତେନ୍ ଚୌଧୁରୀ ପ୍ୟାରେଡ଼ କମାଣ୍ଡର ଭାବେ ଦାୟିତ୍ୱ ନିର୍ବାହ କରିଥିଲେlମୁଖ୍ୟ ଅତିଥିଙ୍କ ସହ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ସିନିୟର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ ଗୋଟିଏ ଖୋଲା ଗାଡ଼ିରେ ପ୍ୟାରେଡ଼ ପରିଦର୍ଶନ କରିଥିଲେ।ଉତ୍ସବରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂଙ୍କ ବାର୍ତ୍ତାକୁ ପାଠ କରିଥିଲେ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା।କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ) ଭି.ଏସ.ଏସ ଆନନ୍ଦ,ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ,ସ୍ୱରୁପାନନ୍ଦ ମିଶ୍ର,ଦିଲ୍ଲୀପ କୁମାର ବାଗ, ସୁଗାତୋ ଆନନ୍ଦ ବାସୁ,ସଞ୍ଜୟ କୁମାର ପଟ୍ଟନାୟକ, ନଳିନୀକାନ୍ତ ଜେନା,ବିଛନ୍ଦ ଚରଣ ଦାଶ,ବି.ଶ୍ରୀଧର କୁମାର,ଏନ.ଶ୍ରୀନିବାସ ସୁଧାକର ଓ ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଅନ୍ୟ ସମ୍ମାନିତ ଅତିଥି ଉପସ୍ଥିତ ଥିଲେ।ସରସ୍ବତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେlପ୍ୟାରେଡ଼ର ପ୍ରତ୍ୟେକ ଦଳର ଶ୍ରେଷ୍ଠ କ୍ୟାଡେଟ ମାନଙ୍କୁ ଓ ଏସଭିଏମ ର ଗାଇଡଦଳକୁ ପ୍ୟାରେଡ଼ର ଶ୍ରେଷ୍ଠଦଳ ରୂପେ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଯବାନ ଏବଂ କରଣ ସିଂ ସୁରକ୍ଷା ଏଜେନସିର କର୍ତ୍ତବ୍ୟନିଷ୍ଠ ତଥା ସମର୍ପିତ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।ସରସ୍ବତୀ ବିଦ୍ୟା ମନ୍ଦିରର ସମ୍ପାଦକ ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କୁ ଶିକ୍ଷାକ୍ଷେତ୍ରରେ ଅବଦାନ ପାଇଁ ଓ ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ ହରିପ୍ରିୟା ଦାଶଙ୍କୁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ସମ୍ମାନିତ କରାଯାଇଥିଲା।ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଆୟୁଷ୍ମାନ ଗିରି ଓ ନଳିନୀ ପ୍ରିୟଦର୍ଶିନୀ ଦାଶ ଏବଂ ଏସଭିଏମର ଛାତ୍ରୀ ପ୍ରିୟଙ୍କା ମାଝି ଓ ଶୁଭଶ୍ରୀ ସାଇପ୍ରଜ୍ଞା ସାହୁଙ୍କୁ ବିଜ୍ଞାନ,କଳା, ସଂସ୍କୃତି,ସାହିତ୍ୟ ଓ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ନାଲକୋ ଖଣି ଏବଂ ଆଲୁମିନା ପରିଶୋଧନର ବହୁ ସୃଜନଶୀଳ କର୍ମଚାରୀଙ୍କୁ ଏହି ଅବସରରେ ସର୍ଜନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।ସେହିପରି ୨୫ବର୍ଷ ସେବା ଯୋଗାଇଥିବା କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲାlକେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ଦ୍ୱାରା ଡଗ ଶୋ,ଅଗ୍ନି ନିର୍ବାପନର କୌଶଳ ଓ ଉଦ୍ଧାର କାର୍ଯ୍ୟ ପ୍ରଦର୍ଶନ କରାଯାଇଥିଲା।ନାଲକୋର ସହକାରୀ ମହାପ୍ରବନ୍ଧକ ନିର୍ମଳ କୁମାର ରାଉତ ଓ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଶ୍ରେଷ୍ଠ ମଞ୍ଚ ସଂଯୋଜକ ରୂପେ ପୁରସ୍କୃତ କରାଯାଇଥିଲା।ସାଧାରଣତନ୍ତ୍ର ଦିବସ ଉତ୍ସବରେ ମଧ୍ୟ ଏହି ୨ଜଣ ମଞ୍ଚ ସଂଯୋଜନା କରିଥିଲେ।ନାଲକୋ କଲ୍ୟାଣ କମିଟିର ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ତତ୍ତ୍ୱlବଧାନରେ କଲ୍ୟାଣ କମିଟିର ସଦସ୍ୟ ପରିଚାଳନା କରିଥିଲେ।

0
988 views