
ବରଗଡ ଜିଲ୍ଲା ,ଗଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ଟ୍ରାଫିକ୍ କଟକଣା, ସାଧାରଣଙ୍କୁ ସହଯୋଗ ଆହ୍ୱାନ
ଗଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ଟ୍ରାଫିକ୍ କଟକଣା, ସାଧାରଣଙ୍କୁ ସହଯୋଗ ଆହ୍ୱାନ
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବରଗଡ଼ ସହରର ବାନ୍ଦୁଟିକ୍ରା ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଆୟୋଜିତ ହେବ। ଏହାକୁ ଦୃଷ୍ଟିରେ ରଖି ତା. ୨୬.୦୧.୨୦୨୬ ରିଖ ଦିନ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସହରରେ କିଛି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ବୋଲି ବରଗଡ଼ ପୁଲିସ ସୂଚନା ଦେଇଛି।
ପୁଲିସ ସୂଚନା ଅନୁଯାୟୀ, ଭଟଲି ଛକ ଦେଇ ଗାନ୍ଧୀ ଛକକୁ କୌଣସି ପ୍ରକାର ଭାରୀଯାନ (ବସ, ଟ୍ରକ, ପିକଅପ୍, କାର ଆଦି) ଯିବାକୁ ଦିଆଯିବ ନାହିଁ। ବରପାଲି, ପଦମପୁର ଓ ସୋହେଲା ପଟୁ ଆସୁଥିବା ଭାରୀଯାନଗୁଡ଼ିକ ବିକାଶ ହସପିଟାଲ ଛକ ଦେଇ ସହରକୁ ପ୍ରବେଶ କରିବେ।
ବସ୍ ଷ୍ଟାଣ୍ଡରୁ ବାହାରୁଥିବା ଯାନବାହାନ ଗାନ୍ଧୀ ଛକରୁ U-ଟର୍ନ କରି ବିକାଶ ହସପିଟାଲ ଛକ ଦେଇ ଯିବେ। ସେହିପରି ଭଟଲି ପଟୁ ଆସୁଥିବା ସମସ୍ତ ଯାନବାହାନକୁ ହଳଦୀପାଳି ଛକ ବାଇପାସ୍ ଦେଇ ଯିବାକୁ କୁହାଯାଇଛି। ବରପାଲି, ପଦମପୁର ଓ ସୋହେଲା ଯାଉଥିବା ବସ ଯାତ୍ରୀମାନେ ହଳଦୀପାଳି ଛକ ନିକଟରୁ ବସ ସୁବିଧା ପାଇପାରିବେ।
ପ୍ୟାରେଡ୍ ସମୟରେ ବାନ୍ଦୁଟିକ୍ରା ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ, ମ୍ୟୁନିସିପାଲିଟି ଅଫିସ ଗଳି ଓ RTO ଅଫିସ ପାର୍ଶ୍ୱ ରାସ୍ତାରେ କୌଣସି ଯାନବାହାନ ପାର୍କିଂ ଅନୁମତି ମିଳିବ ନାହିଁ।
ପାର୍କିଂ ପାଇଁ ବାନ୍ଦୁଟିକ୍ରା ଶିବ ମନ୍ଦିର ସ୍ଥିତ ପ୍ରଶସ୍ତ ରାସ୍ତା, ଜିଲ୍ଲାପାଳ କାର୍ଯ୍ୟାଳୟ ପଡ଼ିଆ (ସ୍କୁଲ ବସ ପାଇଁ) ଏବଂ ମ୍ୟୁନିସିପାଲିଟି ଅଫିସ ଗଳିରେ ଥିବା ରାଧାକୃଷ୍ଣ ମନ୍ଦିର ପାର୍ଶ୍ୱ ପଡ଼ିଆ ନିର୍ଦ୍ଧାରିତ କରାଯାଇଛି।
ନିର୍ଦ୍ଦେଶନାମା ଉଲ୍ଲଂଘନ କରିଲେ ପ୍ରଚଳିତ ଆଇନ ଅନୁଯାୟୀ ଜୋରିମାନା ଆଦାୟ କରାଯିବ ବୋଲି ପୁଲିସ ସଚେତନ କରିଛି। ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପ୍ୟାରେଡ୍କୁ ସଫଳ କରିବା ପାଇଁ ବରଗଡ଼ ପୁଲିସ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛି।