logo

ବରପାଲି , ଥାନା ରେ ଆଇନ-ଶୃଙ୍ଖଳା ସୁଦୃଢ଼ କରିବାକୁ ଦୃଢ଼ ସଙ୍କଳ୍ପ ବ

ବରପାଲି:- ବରପାଲି ଥାନାରେ ନୂତନ ଥାନାଧିକାରୀ ଭାବରେ

ପ୍ରମୋଦ କୁମାର ସାହୁ ଆଜି ଆଧୂକାରିକ ଭାବେ ଯୋଗଦାନ କରିଛନ୍ତି। ନୂତନ ଥାନାଧିକାରୀଙ୍କ ଯୋଗଦାନ ସହ ବରପାଲି
ଅଞ୍ଚଳରେ ଆଇନ ଓ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଆଶା ଓ ଆଶ୍ବାସନର ପରିବେଶ ସୃଷ୍ଟି ହୋଇଛି। ଯୋଗଦାନ ପରେ ଶ୍ରୀ ସାହୁ ଥାନା କାର୍ଯ୍ୟାଳୟରେ ପୋଲିସ କର୍ମଚାରୀମାନଙ୍କ ସହ ଆଲୋଚନା କରି ଅଞ୍ଚଳର ସାର୍ବିକ ସୁରକ୍ଷା ବ୍ୟବସ୍ଥା, ଚାଲୁଥିବା ମାମଲା ଓ ସମସ୍ୟାଗୁଡ଼ିକ ବିଷୟରେ ଅବଗତ ହୋଇଥିଲେ। ସେ କହିଛନ୍ତି ଛନ୍ତି ଯେ ବରପାଲି ଥାନା ଅଞ୍ଚଳରେ ବେଆଇନ ମଦ ବିକ୍ରି, ଚୋରି, ରାହାଜାନୀ ଓ ଅନ୍ୟାନ୍ୟ ଅପରାଧୂକ କାର୍ଯ୍ୟକଳାପକୁ ରୋକିବା ପାଇଁ କଠୋର ଓ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ନୂତନ ଥାନାଧିକାରୀ ମତ ପ୍ରକାଶ କରି କହିଛନ୍ତି ଯେ ଅସାମାଜିକ ତତ୍ତ୍ବମାନଙ୍କ ପ୍ରତି କୌଣସି ପ୍ରକାରର ରିଆୟତ ଦିଆଯିବ ନାହିଁ। ଅପରାଧ କରୁଥିବା ଲୋକମାନଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସପଷ୍ଟ କରିଛନ୍ତି। ବିଶେଷକରି ଯୁବପିଢ଼ିଙ୍କୁ ଅପରାଧ ମାର୍ଗରୁ ଦୂରେଇ ରଖୁବା ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ସମୁଦାୟ ଭିତ୍ତାକ ପୋଲିସିଂକୁ ଗୁରୁତ୍ଵ ଦିଆଯିବ। ଶ୍ରୀ ସାହୁ କହିଛ ହିଛନ୍ତି ଯେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁମଧୁର ସମ୍ପର୍କ ସ୍ଥାପନ ହେଲେ ମାତ୍ର ଅପରାଧ ନିୟନ୍ତ୍ରଣ ସମ୍ଭବ। ତେଣୁ ସାଧାରଣ ଲୋକଙ୍କ ଅଭିଯୋଗକୁ ସମୟମତେ ଗୁରୁ ଦିଆଯିବ ଓ ନିରୀହ ଗରିବ ଓ ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବରପାଲି ଅଞ୍ଚଳରେ ଶାନ୍ତି, ସୁରକ୍ଷ ଘୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ସାଧାରଣ ଲୋକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖୁଲେ ସତ୍ବର ପୋଲିସକୁ ସୂଚନା ଦେବାକୁ ସେ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି। ନୂତନ ଥାନାଧିକାରୀଙ୍କ ଯୋଗଦାନକୁ ନେଇ ବରପାଲି ଅଞ୍ଚଳର ସାଧାରଣ ଲୋକ, ବୁଦ୍ଧିଜୀବୀ ও ସାମାଜିକ କର୍ମୀମାନେ ସ୍ବାଗତ ଜଣାଇଥିବାବେଳେ ଆଗାମୀ ଦିନରେ ଅଞ୍ଚଳରେ ଅପରାଧ କମିବା ସହ ଶାନ୍ତିପୂର୍ଣ୍ଣ ପରିବେଶ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

11
38 views