
ପାଇକସାହି ରେ ବିଶ୍ୱ ଶାନ୍ତି ଓ ଗ୍ରାମ ଉନ୍ନତି ପାଇଁ ଅଷ୍ଟପ୍ରହରୀ ହୋମ ଯଜ୍ଞ ଅନୁଷ୍ଟିତ !
ଆଠମଲ୍ଲିକ:-୨୫/୦୧(ଧନଞ୍ଜୟ ନାୟକ) ଓ
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପାଇକସାହି ପଞ୍ଚାୟତରେ ବିଶ୍ୱ ଶାନ୍ତି ଓ ଗ୍ରାମର ସର୍ବାଙ୍ଗୀଣ ଉନ୍ନତି କାମନା ରେ ଏକ ଅଷ୍ଟପ୍ରହରୀ ହୋମ ଯଜ୍ଞ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ! ଏହି ଉପଲକ୍ଷେ ଏକ ବିଶାଳ କଳସ ଯାତ୍ରା ଆୟୋଜିତ ହୋଇଥିଲା ! ଗ୍ରାମର ମହିଳାମାନେ ଓ ଗ୍ରାମବାସୀ ଗାଁ ପୋଖରୀରୁ ସୁ ସଂଯୋଜିତ ଭାବେ ପବିତ୍ର ଜଳ ଆଣି ନାମ ସଂକୀର୍ତନ ଓ ଢୋଲ,ବାଦ୍ୟର ମଧ୍ୟରେ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ ! ପରେ ହରିନାମ ମଣ୍ଡପରେ ବୈଦିକ ରୀତିନୀତି ଅନୁସାରେ ହୋମ ଯଜ୍ଞ ସମ୍ପନ୍ନ ହୋଇଥିଲା ! ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ମନ୍ତ୍ରୋଚ୍ଚାରଣ ସହ ବିଶ୍ୱ ଶାନ୍ତି ଓ ଗ୍ରାମର ଉତ୍ତରୋତ୍ତର ଉନ୍ନତି ପାଇଁ ବିଶେଷ ପ୍ରାର୍ଥନା କରାଯାଇଥିଲା ! ଏହି ଯଜ୍ଞରେ ଦୈନିକ ୨୦ ଟି ଗ୍ରାମର ନାମ ସଂକୀର୍ତନ ମଣ୍ଡଳୀ ଉପସ୍ଥିତ ରହି ଧାର୍ମିକ ପରିବେଶକୁ ଅଧିକ ଭାବବିହ୍ୱଳ କରିଥିଲେ ! ଯଜ୍ଞ ଅବସରରେ ପ୍ରାୟ ୧୫୦୦ ଜଣ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ! ଗ୍ରାମ ସଭାପତି ବିଶ୍ୱନାଥ ଗଡ଼ତିଆ, ସମ୍ପାଦକ ସାରଥୀ ସାହୁଙ୍କ ସହ ନିରାଜକାନ୍ତ ସାହୁ, ଶିଧେଶ୍ୱର ନାୟକ, ଦିଲ୍ଲୀପ କୁମାର ପ୍ରଧାନ, ସୁନୀଲ କୁମାର ପ୍ରଧାନ, ସୁଜିତ ପ୍ରଧାନ, ସମୀର ସାହୁ, ପ୍ରଭାତ ପ୍ରଧାନ, ଦୁଷ୍ମନ୍ତ ଗଡ଼ତିଆ, କ୍ଷିତୀଶ ଚନ୍ଦ୍ର ପ୍ରଧାନ, ଉମାକାନ୍ତ ନାୟକ, ଅଜିତ ପ୍ରଧାନ, ଅମୀୟ ପ୍ରଧାନ, ଯୁଧିଷ୍ଠିର ସାହୁ, ବୀରବର ପ୍ରଧାନ, ନୃସିଂହ ଚରଣ ନାୟକ, ବସନ୍ତ ନାୟକ, ସନାତନ ମୁଦୁଲି, ଚିତ୍ରରଞ୍ଜନ ଭୋଇ, ବିଧୁଭୂଷଣ ପ୍ରଧାନ, ତ୍ରିନାଥ ନାୟକ, ରବୀନ୍ଦ୍ର ସାହୁ, ଛବିନ୍ଦ୍ର ସାହୁ, ପିଣ୍ଟୁ ସାହୁ, ପଦ୍ମଲୋଚନ ଗଡ଼ତିଆ, ରଜତ କର୍ଣ୍ଣ ପ୍ରମୁଖଙ୍କ ସହଯୋଗରେ ଯଜ୍ଞ ସଫଳ ଭାବେ ସମ୍ପନ୍ନ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣ ଓ ମହିଳାମାନଙ୍କ ସକ୍ରିୟ ସହଯୋଗ ପ୍ରଶଂସନୀୟ ଥିଲା !