logo

ରକ୍ତଦାନ କରି ଜନ୍ମଦିନକୁ ସାର୍ଥକ କଲେ ଶତୃଘ୍ନ ସାହୁ !

ଆଠମଲ୍ଲିକ:-୨୫/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ଉପଖଣ୍ଡ ର ସ୍ଵେଚ୍ଛାକୃତ ରକ୍ତଦାତା ସଂଘର ସଭାପତି ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଶତୃଘ୍ନ ସାହୁ ତାଙ୍କ ୫୫ ତମ ଜନ୍ମଦିନ ଅବସରରେ ରକ୍ତଦାନ କରି ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ! ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ରଖିବା ପରିବର୍ତ୍ତେ ସମାଜ ପାଇଁ କିଛି କରିବା ଉଦ୍ଦେଶ୍ୟରେ ଶ୍ରୀ ସାହୁ ଆଠମଲ୍ଲିକ ରକ୍ତଭଣ୍ଡାର ରେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ ! ତାଙ୍କ ସହ ଅନେକ ସ୍ୱେଚ୍ଛାସେବୀ ଓ ରକ୍ତଦାତା ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଏହି ପୁଣ୍ୟ କାର୍ଯ୍ୟରେ ସାମିଲ ହୋଇଥିଲେ ! ଏହି ଅବସରରେ ଶ୍ରୀ ସାହୁ କହିଥିଲେ,ଜନ୍ମଦିନ ର ସର୍ବଶ୍ରେଷ୍ଠ ଉପହାର ହେଉଛି ଅନ୍ୟର ଜୀବନ ବଞ୍ଚାଇବା ! ରକ୍ତଦାନ ମହତଦାନ ଏହା ପାଇଁ ସମସ୍ତଙ୍କୁ ଆଗେଇ ଆସିବା ଦରକାର ! ତାଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ସାଧାରଣ ଜନତା ଭୂରିଭୂରି ପ୍ରଶଂସା କରିଥିବା ବେଳେ, ଯୁବ ପିଢ଼ିଙ୍କୁ ଜନ୍ମଦିନକୁ ସେବା ଓ ସମ୍ଭାବନା ଦିନ ଭାବେ ପାଳନ କରିବା ପାଇଁ ପ୍ରେରଣା ମିଳିଛି !

9
825 views