logo

ମାଘସପ୍ତମୀରେ ମନ୍ଦିର ବାର୍ଷିକୀ ଓ ଅଷ୍ଟପ୍ରହର ନାମଯଜ୍ଞ

ଦାମନଯୋଡ଼ି,୨୫/୦୧:ପବିତ୍ର ମାଘ ସପ୍ତମୀ ଅବସରରେ ରବିବାର ଦାମନଯୋଡ଼ିର ସେକ୍ଟର ୩ ସ୍ଥିତ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ସକାଳ ଠାରୁ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।୧୨ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଚିତ୍ତାକର୍ଷକ ସଂକୀର୍ତ୍ତନ ପରିବେଶଣ କରିଥିଲେ।ମନ୍ଦିର ପୂଜକ ଅଭିମନ୍ୟୁ ପଣ୍ଡା ଓ ନୀଳାଚଳ ମହାପାତ୍ର ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।ପୂଜକ ପର୍ବତ ମହାରାଜଙ୍କ ସହିତ ସହଯୋଗୀ ବାଲକ୍ରିଷ୍ଣା ଦାସ ଅଷ୍ଟପ୍ରହରର ପୂଜାକାର୍ଯ୍ୟ କରିଥିଲେ।ବିଜୟ କୁମାର ମହାପାତ୍ର ଧର୍ମପତ୍ନୀ ହେମବତୀଙ୍କ ସହିତ କର୍ତ୍ତା ରୂପେ କାର୍ଯ୍ଯ ନିର୍ବାହ କରିଥିଲେ।ଅଷ୍ଟପ୍ରହର ନାମଯଜ୍ଞ କମିଟି ସଭାପତି ପ୍ରଭାସ ରଞ୍ଜନ ସାହୁ,ସଂପାଦକ ଅଲେଖ ଚନ୍ଦ୍ର ମହାକୁଡ଼ ଓ କୋଷାଧ୍ୟକ୍ଷ ନିରାକାର ସାହୁଙ୍କ ସହିତ କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ମୁନୀ,ହରେନ୍ଦ୍ରନାଥ ଗିରି, ବିଜୟ ଜେନା,କପିଳାସ କର୍ଣ୍ଣ,ଅଶ୍ୱିନୀ ଭୋଇ,ପ୍ରସନ୍ନ ପାତ୍ର, କୈଳାସ ମହାରଣା,କୃଷ୍ଣଚନ୍ଦ୍ର ସାହୁ,ଚିତ୍ତରଞ୍ଜନ ରୟ,ସୁବାସ ଚନ୍ଦ୍ର ମାଇତି,ପୂର୍ଣ୍ଣ ଗୌଡ଼,ତାପସ ରଞ୍ଜନ ସାମଲ,ଅମୂଲ୍ୟ ସେଠୀ ଓ ଅଷ୍ଟପ୍ରହରୀ କମିଟିର ସମସ୍ତ ସଦସ୍ଯମାନେ ପୂର୍ଣ୍ଣ ମାତ୍ରାରେ ସାହାଯ୍ଯ ଓ ସହଯୋଗ କରିଥିଲେ।ସନ୍ଧ୍ୟାରେ ସମୂହ ପ୍ରସାଦ ବିତରଣ କରାଯାଇଥିଲା।ସୋମବାର ସକାଳେ ନାମ ସମାପନ ପରେ ନଗର ପରିକ୍ରମା,ଦଧିହାଣ୍ଡି ଭଗ୍ନ ଓ ଯମୁନା ସ୍ନାନ ଆଦି କାର୍ଯକ୍ରମ ରହିଛି।ଉଲ୍ଲେଖଯୋଗ୍ୟ ଏହି ମନ୍ଦିର ପରିସରରେ ବାବା ବିଶ୍ଵନାଥ ମହାଦେବ,ଶ୍ରୀ ମହାବୀର,ଶ୍ରୀ ଗୁଣ୍ଡିଚା ମାତା,ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ସହିତ ଦେବଶିଳ୍ପୀ ଶ୍ରୀ ବିଶ୍ଵକର୍ମାଙ୍କ ମନ୍ଦିର ରହିଛି।ବିଗତ ୪୦ବର୍ଷ ଧରି ଏହି ମଣ୍ଡପରେ ମାଘସପ୍ତମୀ ଦିନ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି।

9
1312 views