
ଗର୍ବ ଗୌରବ ର ଦିବସ : ସାଧାରଣତନ୍ତ୍ର ଦିବସ
ଗର୍ବ ଗୌରବ ର ଦିବସ : ସାଧାରଣତନ୍ତ୍ର ଦିବସ
*****************************
ବସନ୍ତ କୁମାର ପ୍ରଧାନ
ପ୍ରତି ବର୍ଷ ଜାନୁଆରୀ ୨୬ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ଦେଶ ସାରା ପାଳନ କରାଯାଏ l ଏହାକୁ ଗଣତନ୍ତ୍ର ଦିବସ ଓ ଜନରାଜ୍ୟ ଦିବସ ମଧ୍ୟ କୁହାଯାଏ l ପ୍ରତ୍ୟେକ ଦେଶବାସୀ ପାଇଁ ଏହା ଏକ ଗର୍ବ ଗୌରବର ଦିବସ l ଆମେରିକାର ପୂର୍ବତନ ରାଷ୍ଠ୍ରପତିଙ୍କ ଭାଷାରେ,-"ଗଣତନ୍ତ୍ର ହେଉଛି, ଲୋକଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କପାଇଁ ଶାସନ l ଗୋଟିଏ ସ୍ବାଧୀନ ଦେଶ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ତା 'ର ସାମ୍ବିଧାନିକ ନୀତି ନିୟମ ମାନି ଚଳିବାକୁ ହୋଇଥାଏ l ସମ୍ବିଧାନ ହେଉଛି ନୀତି ନିୟମର ଆଇନ ଖସଡ଼ା l ଏହି ନଥି ପତ୍ର ରେ ଦେଶର ପ୍ରଶାସନିକ ସଂରଚନା, ଗଠନ, କାର୍ଯ୍ୟ ଶୈଳୀ, ନୀତି ନିୟମ, ଅଧିକାର ଓ କର୍ତ୍ତବ୍ୟ ଆଦି ବିଷୟରେ ସୂଚନା ଥାଏ l l ଏଥିରେ ଅନେକ ଭାଗ, ଧାରା ଓ ପରିଶିଷ୍ଟ ରହଛି l ଏହା ପ୍ରତ୍ୟେକ ନାଗରୀକଙ୍କର ରକ୍ଷା କବଚ ସଦୃଶ୍ୟ l ଆମ ସମ୍ବିଧାନ ବିଶ୍ବର ଏକ ବୃହତ ଲିଖିତ ସମ୍ବିଧାନ l ଏହା ପ୍ରସ୍ତୁତ କରିବା ସମୟରେ ବିଶ୍ବର ପ୍ରଧାନ ଦେଶର ସମ୍ବିଧାନଗୁଡିଜୁ ଅନୁଧ୍ୟାନ କରି ପ୍ରସ୍ତୁତ କରାଯାଇଛି l ଆମ ସମ୍ବିଧାନ ରେ ଅନେକ ଗୁଡିଏ ମୌଳିକ ବୈଶିଷ୍ଟ୍ୟ ରହିଛି l
୧୯୪୬ ମସିହା ଡିସେମ୍ବର ୯ ତାରିଖରେ ସଚ୍ଚିଦାନନ୍ଦ ସିହ୍ନାଙ୍କ ସଭାପତିତ୍ୱରେ ଏହି ସମ୍ବିଧାନ ର ପ୍ରଥମ ଅଧିବେଶନ ବସିଥିଲା l ଏହାର ସ୍ଥାୟୀ ସଭାପତି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ନିର୍ବାଚିତ ହୋଇଥିଲେ l ଡକ୍ଟର ଭୀମ ରାଓ ଆମ୍ବେଦକର ଚିଠା ପ୍ରଣୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ l ତାଙ୍କୁ ଆମ ସମ୍ବିଧାନର ଜନ୍ମଦାତା ଓ ମନୁ ବୋଲି କୁହାଯାଏ l ୧୯୪୯ମସିହା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ବର୍ଷ ୧୧ମାସ ୧୮ଦିନ ସମୟ ଲାଗିଥିଲା l ୧୯୫୦ଜାନୁଆରୀ ୨୬ତାରିଖ ଠାରୁ ଏହା କାର୍ଯ୍ୟକାରୀ ହୋଇ ଆସୁଛି l ସମ୍ବିଧାନ ଅନୁଯାୟୀ ଆମ ଦେଶ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ, ସମାଜବାଦୀ, ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ପରିଗଣିତ l ଜାନୁଆରୀ 2୬ତାରିଖ ଆମ ମାନଙ୍କ ପାଇଁ ଏକ ମହାନ ରାଷ୍ଟ୍ରୀୟ ଦିବସ l ଦେଶର ସଂହତି, ସଂସ୍କୃତି, ଓ ଅଖଣ୍ଡତା ପ୍ରତି ଧ୍ୟାନ ଦେଇ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିବା ସମସ୍ତଙ୍କର କର୍ତ୍ତବ୍ୟ l ଜୟ ହିନ୍ଦ l
*********************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ-7735611484