logo

ନେତାଜୀ ସୁଭାଷ - ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ନେତାଜୀ ସୁଭାଷ
*************
ଭାରତମାତାର ତୁମେ ତ ଯୋଗ୍ୟତମ କୁମର
ତୁମରି ଚରଣେ ନେତାଜୀ କୋଟି କୋଟିଜୁହାର । ୧ ।
ଭାରତୀୟ ଜନମାନସେ ତୁମେ ରାଷ୍ଟ୍ର ନାୟକ
ଅସୀମ ପରାକ୍ରମୀ ବୀର ତୁମେ ରାଷ୍ଟ୍ର ସେବକ
ଦେଶ ସ୍ୱାଧିନତା ସକାଶେ ଲଢି ଜୀବନଯାକ
ଝଡଝଞ୍ଜା ସବୁ ସହିଲ ତୁମେ ହୋଇ ନିର୍ଭୀକ
ପରାକ୍ରମୀ ବୀର ଭାରତରତ୍ନ କ୍ରାନ୍ତି ପ୍ରବର
ତୁମରି ଚରଣେ ନେତାଜୀ କୋଟି କୋଟି ଜୁହାର ।୨।
ସ୍ୱରାଜ ସପନ ଜାଗ୍ରତ ଥିଲା ଅନ୍ତର ତଳେ
ପ୍ରତିଟି ପ୍ରାଣକୁ ଜାଳିଲ ଦେଶପ୍ରେମ ଅନଳେ
ରକ୍ତ ଦିଅ ସ୍ୱରାଜ ଦେବି ତୁମ ନିର୍ଘୋଷ ସ୍ୱର
ତୁମରି ଚରଣେ ନେତାଜୀ କୋଟିକୋଟି ଜୁହାର ।୩ ।
ଶାଣିତ ସ୍ୱରରେ ଗାଇଲ ରାଷ୍ଟ୍ର ପ୍ରେମ ଝଙ୍କାର
ରାଷ୍ଟ୍ର ପ୍ରେମ ଉଜାଣି ଧାରା କଲ ପ୍ରଖରତର
ଗଗନେ ବିରାଜି ଥିବେ ଯାବତ ଚନ୍ଦ୍ର ଭାସ୍କର
ତବକୀର୍ତ୍ତି ଗାଥା ଜଗତେ ହେବ ଚିର ଭାସ୍ୱର
ନର ଦେହ ବହି ହୋଇବ ବୀର ଚିର ଅମର
ତୁମରି ଚରଣେ ନେତାଜୀ କୋଟିକୋଟି ଜୁହାର ।୪ ।

ହରିହର ମହାନ୍ତ
କୁଲାଡେରା, ମଣ୍ଡୁଆ, କେନ୍ଦୁଝର
୮୩୨୮୯୨୮୭୯୩

5
860 views