logo

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝର ଗଡ଼ରେ ସରସ୍ବତୀ ପୂଜା ଓ ମାତୃ ସମ୍ମିଳନୀ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ରେ ସରସ୍ବତୀ ପୂଜା ଓ ମାତୃ ସମ୍ମିଳନୀ।

କେନ୍ଦୁଝର, ତା୨୪/୧- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜେଲରୋଡ଼, କେନ୍ଦୁଝର ଗଡ଼ ଠାରେ ସରସ୍ଵତୀ ପୂଜା ଓ ଶିଶୁବାଟିକା ବିଭାଗର ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ପ୍ରାରମ୍ଭରେ ଶିଶୁବାଟିକାର ଉଦୟ ବିଭାଗ ଶିଶୁଙ୍କ ଦ୍ବାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ସହ ଖଡିଛୁଆଁ କାର୍ଯ୍ୟାକ୍ରମ କରାଯାଇଥିଲା । ଏହି ପୂଜା ଅବସରରେ ଅପରାହ୍ନ ଘ୩ଟିକା ସମୟରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ଯକ୍ଷା ତଥା ବିଜେପି ରାଷ୍ଟ୍ରୀୟ ପରିଷଦର ସଦସ୍ୟା ମମିତା ନାଏକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ଯକ୍ଷା କଲ୍ୟାଣୀ ମାଝୀ ଯୋଗଦେଇ ଶିଶୁ ଶିକ୍ଷାରେ ଭାରତୀୟତା ଓ ଉତ୍ତମ ଚରିତ୍ର ଗଠନରେ ମାଆମାନଙ୍କର ଭୂମିକା ସଂପର୍କରେ ମାର୍ଗଦର୍ଶନ କରିଥିଲେ । ପରିଚାଳନା ସମିତିର ସଦସ୍ୟା ଦୁଲାରୀ କିସ୍କୁ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଯୋଗଦାନ କରି ଶିଶୁଙ୍କ ପାଇଁ ମାଆମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ୭୦୦ରୁ ଉର୍ଦ୍ଧ୍ବ ମାଆ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଅଚାର୍ଯ୍ୟା ମଞ୍ଜୁଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଅଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

13
509 views