
ଖବର ଆଜିର, ୨୪ ଜାନୁଆରୀ, ଶନିବାର
ରାଜ୍ୟରେ ଶୀତର ପ୍ରକୋପ କମିଛି। ତିନିଦିନ ପରେ ତାପମାତ୍ରା ବଢିବ
ରାଜ୍ୟସଭା ରାଜନୀତିରେ ଚତୁର୍ଥ ଆସନ ପ୍ରାର୍ଥୀ ଚୟନକୁ ନେଇ ଉଭୟ ବିଜେପି, ବିଜେଡିରେ ଛକାପଞ୍ଝା। ଘୋଡାବେପାରର ଇଙ୍ଗିତ ଦେଲେ ପୃଥ୍ୱୀରାଜ।
ଫେବୃଆରୀ ୧୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ।
ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ। ରାଜଗୁରୁ ଓ ବ୍ରାହ୍ମଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହେଲା।
ଗବେଷକଙ୍କ ନୂଆ ତଥ୍ୟ: ପୁରୀ ଶ୍ରୀମନ୍ଦିରର ପ୍ରଥମ ନିର୍ମାଣ ଆରମ୍ଭ କରିଥିଲେ କର୍ମକାର କୁଳର ଶିଳ୍ପୀ ‘ପଲ୍ଲ’।
ବସ୍ ମାଲିକ ସଂଘ ଆଗରେ ମୁଣ୍ଡ ନୁଆଁଇଲେ ସରକାର। ବ୍ଲକରୁ ଜିଲ୍ଲାକୁ ଗଡ଼ିବନି ବସ। ଧର୍ମଘଟ ଡାକରା ପ୍ରତ୍ୟାହୃତ।
ଭୁବନେଶ୍ୱର ଜନପଥରେ ପୁଣି ଆମ ବସ୍ ଦୁର୍ଘଟଣା, ୩ଟି ବସକୁ ଭଙ୍ଗାରୁଜା କଲେ ଜନତା।
ଭଦ୍ରକରେ ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ। ପ୍ରତିଶ୍ରୁତି ଦେଇଥିଲେ ସରକାର।
ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ବାଲିବନ୍ଧ ଭାଙ୍ଗିବାକୁ "ମହାନଦୀ ବଞ୍ଚାଓ ଆନ୍ଦୋଳନ" ଦେଲା ଚେତାବନୀ
କୋରାପୁଟରେ ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ କଟକଣା ଜାରି କଲେ ଜିଲାପାଳ।
ହାଇକୋର୍ଟ ଦ୍ୱାରା ଉଷା ପାଢ଼ୀଙ୍କ ସହ ୪ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା। ହାଜର କରାଇବାକୁ ପୁଲିସକୁ ନିର୍ଦ୍ଦେଶ।
କଟକ ସିଡିଏ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଜାଲିଆତିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଲେ ସରକାର।
ଗଞ୍ଜାମ ଖଲ୍ଲିକୋଟ ନିକଟ ପଥରା ଗାଁରେ ବିଦ୍ୟାଳୟ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ। ବ୍ଲକ ଶିକ୍ଷାଧିକାରୀଙ୍କୁ ୪ ଘଣ୍ଟା ଧରି ଅଟକ ରଖିଲେ।
ଜଗତସିଂହପୁର ଚାଟରା ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ।
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜରେ କଲରାପତରିଆ ବାଘଛାଲର ଡିଲ ଚାଲିଥିଲା ବେଳେ ତିନିଜଣ ଗିରଫ।
ନବରଙ୍ଗପୁର ଜିଲ୍ଲା ମୈଦଲପୁର ଡୁମୁରିପଦର ଗ୍ରାମର ମହିଳା ଦୁଇ ଦିନ ହେଲା ନିଖୋଜ, ଥାନାରେ ଏତଲା ଦେଲେ ସ୍ବାମୀ।
ମୟୁରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ସରପଞ୍ଚଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ।
ଚୌଦ୍ବାର ସର୍କଲ୍ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଓ ପୂର୍ବତନ ଜେଲର ତଥା କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶଙ୍କ ମଧ୍ୟରେ ବିବାଦ, ଲିଗାଲ ନୋଟିସ।
କେନ୍ଦ୍ରାପଡ଼ା ରାଜନଗରରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଫସିଲେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ବନ୍ଦନା ପାତ୍ର
ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ ଖୋଲାଖୋଲି ଲାଞ୍ଚ ମାଗିଲେ ମହିଳା ଫରେଷ୍ଟର ମହାପାତ୍ର, ଟ୍ରାକ୍ଟର ଅଟକାଇଲେ।
କନ୍ଧମାଳ ଜିଲ୍ଲାରେ ଯବାନଙ୍କୁ ସଫଳତା। କନ୍ଧମାଳ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ କଲେ।
ରେଳରୁ ମାଲ ଅନଲୋଡ୍ ବେଳେ ଅଘଟଣ, ରୂପସା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ।
ଛତିଶଗଡ଼ରେ ନଅ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର।
ବିଜୟୱାଡାରେ ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀକୁ ବିରିୟାନିରେ ଦେଲା ୨୦ଟି ନିଦ ବଟିକା ଦେଇ ମାରିଦେଲା ଯୁବତୀ ସ୍ତ୍ରୀ।
ଜେଲରେ ଦୁଇ ହତ୍ୟା ଅପରାଧୀଙ୍କ ମଧ୍ୟରେ ପ୍ରେମ, ବିବାହ ପାଇଁ ରାଜସ୍ଥାନ ହାଇକୋର୍ଟରୁ ମିଳିଲା ପାରୋଲ। ପ୍ରିୟା ଓ ହନୁମାନ ବାହା ହେବେ।
ଅନୀଲ ଅମ୍ବାନୀ ଓ ତାଙ୍କ କମ୍ପାନୀ କରିଥିବା ଠକେଇ ଉପରେ ପୁଣି ନୋଟିସ ଦେଲେ ସୁପ୍ରିମକୋର୍ଟ।
ବିଦେଶୀ ନିବେଶକମାନେ ଇକ୍ବିଟି ସେୟାର ବିକ୍ରି କରିବାରୁ, ଶେୟାର ମାର୍କେଟ ହରାଇଲା ୬ ଲକ୍ଷ କୋଟି ଟଙ୍କା
ନାବାର୍ଡ, ରିଜର୍ଭ ବ୍ୟାଙ୍କ, ସାଧାରଣ ବୀମା କମ୍ପାନି କର୍ମଚାରୀ, ପେନସନଭୋଗୀଙ୍କ ବେତନ ଓ ପେନସନ ବଢିଲା
ଆସନ୍ତା ୨୭ ତାରିଖ ମଙ୍ଗଳବାର ଦେଶରେ ପାଖାପାଖି ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିକେଟ ଟି୨୦ ଦ୍ବିତୀୟ ମୁକାବିଲାରେ ଭାରତ ସାତ ୱିକେଟ୍ରେ ବିଜୟୀ।
ଅଷ୍ଟ୍ରେଲିଆ ନ୍ୟୁ ସାଉଥ୍ ୱେଲ୍ସରେ ଆଖିବୁଜା ଗୁଳିମାଡ଼, ଦୁଇ ମହିଳାଙ୍କ ସମେତ ଅନେକ ମୃତ।
ବିଶ୍ବର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ୧୪ହଜାର ଛଟେଇ କରିବ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରୁ ଓହରିଗଲା ଆମେରିକା। ସଦସ୍ୟତା ସମାପ୍ତି ଘୋଷଣା କଲା।
====================
ଆଜି ଜାତୀୟ ଶିଶୁକନ୍ୟା ଦିବସ
ଅନ୍ତର୍ଜାତୀୟ ଶିକ୍ଷା ଦିବସ
ଆଜି ଜନ୍ମଦିନ: କର୍ପୂରୀ ଠାକୁର, ସୁଭାଷ ଘାଇ, ରିୟା ସେନ, ଅନୀଲ ଅଗ୍ରୱାଲ (ବେଦାନ୍ତ)
ଆଜି ତିରୋଧାନ: ଉଇନଷ୍ଟନ ଚର୍ଚ୍ଚିଲ, ହୋମି ଜାହାଙ୍ଗୀର ଭାବା, ପଣ୍ଡିତ ଭୀମସେନ ଯୋଶୀ
ଇତିହାସରେ ଆଜି: (୧୫୫୬) ଚୀନ ଭୁକମ୍ପରେ ଆଠ ଲକ୍ଷ ମୃତ/ (୧୮୫୭) କଲିକତା ବିଶ୍ୱବିଦ୍ୟାଳୟ ସ୍ଥାପନ/ (୧୯୩୯) ଚିଲି ଭୁକମ୍ପରେ ୫୦,୦୦୦ ମୃତ/ (୧୯୫୦) ଜାତୀୟ ସଙ୍ଗୀତର ମାନ୍ୟତା ପାଇଲା ଜନଗଣ ମନ/ (୧୯୫୧) ପ୍ରେମ ମାଥୁର ହେଲେ ପ୍ରଥମ ମହିଳା ପାଇଲଟ/ (୧୯୫୨) ବମ୍ବେରେ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ/ (୧୯୬୬) ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବୈଜ୍ଞାନିକ ହୋମି ଭାବା ଓ ୧୧୪ ମୃତ/ (୨୦୦୦) ଦଳିତଙ୍କ ପାଇଁ ରାଜନୀତିରେ ଆରକ୍ଷଣ