logo

ବିଦ୍ୟୁତ୍ ଆଘାତରେ ଜାହାଡା ଗ୍ରାମରେ ଜଣଙ୍କ ମୃତ୍ୟୁ ଆସିକା, ୨୨/୧/୨୬(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗ୍ରାମର ଗୌଡ଼ ସାହିର ବିଦ୍ୟୁତ୍ ଆଘାତ ଲାଗି ମ

ବିଦ୍ୟୁତ୍ ଆଘାତରେ ଜାହାଡା ଗ୍ରାମରେ ଜଣଙ୍କ ମୃତ୍ୟୁ
ଆସିକା, ୨୨/୧/୨୬(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗ୍ରାମର ଗୌଡ଼ ସାହିର ବିଦ୍ୟୁତ୍ ଆଘାତ ଲାଗି ମଙ୍ଗଳୁ ଗୌଡ଼ ବୟସ 58 ଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସକାଳ 10 ଘଣ୍ଟ ସମୟରେ ମଙ୍ଗଳୁ ପାଣି ମୋଟର ଦ୍ଵାରା ଟାଙ୍କିରେ ପାଣି ଭର୍ତ୍ତି କରୁ ଥିବାବେଳେ ଆକସ୍ମିକ ଭାବେ ବିଦ୍ୟୁତ୍ ଆଘାତ ପାଇ ଗୁରୁତର ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତୁରନ୍ତ ଧରାକୋଟ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧରାକୋଟ ପୁଲିସ ପହଞ୍ଚି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିଲେ । ପ୍ରକାଶ ଥାଉକି ରାତି ପାଇଥିଲେ ମୃତକ ମଙ୍ଗଳୁ ଙ୍କ ବଡ଼ ପୁଅ ଶିବଶଙ୍କର ଙ୍କ ବାହାଘର ଅନୁଷ୍ଠିତ ହୋଇଥାନ୍ତା । ଖୁସି ଆସିବା ପୂର୍ବରୁ ଏପରି ଏକ ଦୁଃଖଦ ଘଟଣା ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ

5
1679 views