logo

ଦାମନଯୋଡ଼ି ଶ୍ରୀ ଶିରିଡ଼ି ସାଇ ମନ୍ଦିରର ବାର୍ଷିକୋତ୍ସବ

ଦାମନଯୋଡ଼ି,୨୭/୦୧:ନାଲକୋ ଟାଉନସିପ ଶ୍ରୀ ଶିରିଡ଼ି ସାଇ ମନ୍ଦିରର ଅଷ୍ଟମ ବିଗ୍ରହ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବ ପାଞ୍ଚ ଦିନ ଧରି ପାଳିତ ହେଉଛି।ବାର୍ଷିକୋତ୍ସବ ଅବସରରେ ୨୨ତାରିଖ ଅଙ୍କୁରାରୋପଣ,୨୩ତାରିଖ ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ନାମ ସଙ୍କୀର୍ତ୍ତନ ମଧ୍ୟରେ ପ୍ରାୟ ଶତାଧିକ ମହିଳା ଶ୍ରୀଜଗନ୍ନାଥ ମନ୍ଦିର ପରିସରର ଥିବା ପୁଷ୍କରିଣୀରୁ ଜଳ ଆଣି ମଣ୍ଡପରେ ସ୍ଥାପନ କରିଥିଲେ। ସର୍ବ ଦେବାଦେବୀ ଆବାହନ ଓ ଅନ୍ୟାନ୍ୟ ନୀତି ସହିତ ଯଜ୍ଞାରମ୍ଭ ହୋଇଥିଲା।ପଣ୍ଡିତ ସୁଧାଂଶୁ ଶେଖର ତ୍ରିପାଠୀ,ଦେବେନ୍ଦ୍ର ଦାଶ,ଶ୍ରୀନିବାସ ପଣ୍ଡା,ବିଜୟ କୁମାର ମିଶ୍ର, ରାଜୀବ କୁମାର ଆଚାର୍ଯ୍ୟ ଓ ଦେବୀ ସନ୍ତୋଷ ମିଶ୍ରଙ୍କ ସହିତ ନିୟମିତ ପୂଜକ ଅମିତ ଶତପଥୀ ଓ ଚନ୍ଦ୍ର ଶେଖର ପଣ୍ଡା ପୂଜାନୀତି କରୁଛନ୍ତି।ଶିଶିର କୁମାର ମିଶ୍ର ଓ ପତ୍ନୀ ଅର୍ଚ୍ଚନା,ଧୀରେନ୍ଦ୍ର କୁମାର ବେହେରା ଓ ପତ୍ନୀ କାମିନୀ ସାହୁ ଏବଂ କେ.ନାଗେଶ୍ଵର ପାତ୍ର ଓ ପତ୍ନୀ ପ୍ରିୟଦର୍ଶିନୀ କର୍ତ୍ତା ଦାୟିତ୍ବ ତୁଲାଇଥିଲେ।ଦାମନଯୋଡ଼ି ଶ୍ରୀ ଶିରିଡ଼ି ସାଇ ପରିବାର ପକ୍ଷରୁ ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ନଳିନୀକାନ୍ତ ଜେନା,ସମ୍ପାଦକ ପ୍ରେମବ୍ରତ ରାଉତଙ୍କ ସହିତ କର୍ମକର୍ତ୍ତା ମଧୁସୂଦନ ପଣ୍ଡା, ପ୍ରଭୁଚରଣ ସାହୁ,ପ୍ରଭାସ କୁମାର ଦାସ,ଲମ୍ବୋଦର ସ୍ଵାଇଁ,କିଶୋର ବିଶ୍ୱାଳ ଓ ହଳଧର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।ଉଲ୍ଲେଖଯୋଗ୍ୟ ଆସନ୍ତା ୨୫ତାରିଖରେ ପୂର୍ଣ୍ଣାହୂତି ପରେ ୨୬ତାରିଖରେ ମା କଣ୍ଟାବାଉଁଶୁଣୀଙ୍କ ପୀଠ ନିକଟରୁ ହନୁମାନ ବାଟିକା ପର୍ଯ୍ୟନ୍ତ ବାବାଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି।ପ୍ରତ୍ୟହ ସନ୍ଧ୍ୟା ଆରତି ପରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଶ୍ରୀସାଇ ଭଜନ ସମାରୋହ ଓ ୨୫ତାରିଖ ପର୍ଯ୍ୟନ୍ତ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।

5
1335 views