logo

ନିରାକାରପୁର ରେ ନେତାଜୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା,୨୩.୧.୨୬(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l କଲେଜ ଛକ ସ୍ଥିତ ନେତାଜୀ ଙ୍କ ପ୍ରତିମୂର୍ତ୍ତି ଠାରେ ନିରାକାରପୁର ପଂଚାୟତ ପକ୍ଷରୁ ସବୁ ବର୍ଷ ପରି ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ଖୋର୍ଦ୍ଧା ଜ଼ିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ବିପିନ ଜୟସିଂହ, କ୍ଷେତ୍ରବାସି ଡ଼ି.ଏ.ଭି ମହାବିଦ୍ୟାଳୟ ଅଧ୍ୟାପକ ଡ ମୃତୁଞ୍ଜୟ ରଥ ପ୍ରମୁଖ ଯୋଗ ଦେଇ ନେତାଜୀ ଙ୍କ ଜୀବନି ଓ ତାଙ୍କ ପ୍ରତିମୂର୍ତ୍ତି ସମ୍ପର୍କୀୟ ବକ୍ତବ୍ୟ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ରଶ୍ମିତା ଜେନା, ନଫିସା ଅଲ୍ଲୀ, ଖେଳ ଶିଷକ ମନୋଜ ବାରିକ, ପ୍ରକାଶ ବଳିୟାରସିଂହ, ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ମହାବିଦ୍ୟାଳୟ ମହିଳା ସମର ଶିକ୍ଷାର୍ଥୀ ବାହିନୀ ଦାୟିତ୍ୱ ରେ ଥିବା ଅଧ୍ୟାପିକା ଲଷ୍ମୀପ୍ରିୟା ଚାନ୍ଦ ସମସ୍ତ ମହିଳା ୟୁନିଟ ସହ ଉପସ୍ଥିତ ଥିଲେ l ପିଣ୍ଟୁ ବେହେରା, ଦ୍ୱାରିକା ନାଥ ପ୍ରଧାନ,ଜନ୍ମେଜୟ ପାଇକରାୟ ପ୍ରମୁଖ ସହଯୋଗ କରିଥିଲେ l

42
1547 views