logo

ମନେ ପଡେ- ଅବିନାଶ ବେହେରା ଙ୍କ ଦ୍ଵାରା ରଚିତ କବିତା।

....... ମନେ ପଡେ........

ଶୁଣ ତମ କଥା ଭାରି ମନେ ପଡେ
ଯେବେ ମେଘ ଦେହୁ ବର୍ଷା ଝଡ଼େ,
ତମ ଛବି ଯେବେ ଆଖି ଆଗେ ନାଚିଉଠେ
ଦୁଇ ଆଖି ମନ ଖୋଲି ହସିଉଠେ,
ଯେବେ ମେଘ ଦେହୁ ବର୍ଷା ଝଡ଼େ,
ଶୁଣ ତମ କଥା ଭାରି ମନ ପଡେ।

କିଛି ଅଜଣା ସ୍ବପ୍ନ ନେଇ ଆସିଯାଅ,
ନିଦ ଭାଙ୍ଗିବା ଆଗରୁ ଲୁଚି ଚାଲି ଯାଅ
ତିଥାପି ଜାଣିନି କାଇଁ ଭଲ ଲାଗେ,
ଏ ଅମାନିଆ ମନ ତମକୁ ହିଁ ମାଗେ,
ଯେବେ ମେଘ ଦେହୁ ବର୍ଷା ଝଡ଼େ,
ଶୁଣ ତମ କଥା ଭାରି ମନେ ପଡେ।

କିଛି ଭୁଲିବନି ମୋର ମନେ ଅଛି,
ତମେ ଭୁଲିଯିବା ମୋର ଡର ଅଛି,
କେବେ ଝରକା ର ସେପଟ କୁ ଚାହିଁଦେବ,
ନଭାବିଲେବି ମୋଚେହେରା ଦିଶିଯିବ
ଯେବେ ମେଘ ଦେହୁ ବର୍ଷା ଝଡ଼େ,
ଶୁଣ ତମ କଥା ଭାରି ମନେ ପଡେ।

ନାମ : ଅବିନାଶ ବେହେରା
ମୋବାଇଲ ନମ୍ବର : 9348517843
ମାଣତ୍ରୀ, ମୟୁରଭଞ୍ଜ

18
879 views