logo

ତୁ ନାଚୁଛୁ ମୋ ଆଖିରେ - ପ୍ରଶାନ୍ତ କୁମାର ଦାଶ ଙ୍କ ଦ୍ଵାରା ରଚିତ କବିତା।

ତୁ ନାଚୁଛୁ ମୋ ଆଖିରେ

ଜହ୍ନରାତି ଆସିଗଲେ
ତୁ ନାଚୁଛୁ ମୋ ଆଖିରେ
ତତେ ଝୁରିଏକା ଏକା
କାଟୁଚି ରାତି ସଖୀରେ ||

ତୁତ ଗଲୁ ମତେ ଭୁଲି
ପରକରି ଗଲୁ ଚାଲି
ଫେରିଲୁନି କହିଥିଲୁ
ତୁ ଆସିବୁ ପାଖେ କାଲି ||

ତୋ ପାଇଁ ସାଇତା ଫୁଲ
ମଉଳିଗଲାଣି ପ୍ରିୟା
ଜଳିଯାଏ ମୋ ହୃଦରେ
ବିଚ୍ଛେଦ ଦହନ ନିଆଁ ||

ତୁ ହସୁଛୁ ଦୂରେଥାଇ
କରିଦେଇ ମତେ ପର
ସଜାଇଛି ସଜଫୁଲେ
ମିଳନର ସୁଖଘର ||

ମିଳନର ଇଲାକାରେ
ଆମେ ଦୁହେଁ ଗଲେ ମିଶି
ରାତିରେ ଜୋଛନା ଢାଳି
ଜହ୍ନ ଉଇଁ ଦେବ ହସି ||

ପ୍ରଶାନ୍ତ କୁମାର ଦାଶ
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

14
785 views