logo

ବନ୍ଦେ ମାତରମ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ବନ୍ଦେ ମାତରମ

ଆସ ଆସ ସର୍ବେ ଗୋଟିଏ ସ୍ୱରରେ
କୋଟିଏ ଜନତା ଗାଇବା,
ବନ୍ଦେ ମାତରମ ନାରାର କମ୍ପନେ
ଏ ଧରାକୁ କମ୍ପାଇ ଦେବା I
ଦେଶ ମାତୃକାର ବନ୍ଦନା ଗାଇ
ହୋଇଯିବା ଏକାକାର ,
ନାହିଁତ ତାଡନା ନାହିଁତ ଯାତନା
ଚାଲି ଯାଇଛନ୍ତି ବର୍ବର I
ଗଗନ ପବନ ହୁଏ ମୁଖରିତ
ବନ୍ଦେ ମାତରମ ସ୍ଵରେ ,
ଏକଶତ ପଚାଶ ବର୍ଷ ହୋଇଗଲା
ଗୌରବ ରେ ମନ ଭରେ I
ଅଠର ଶହ ପଚସ୍ତରୀ ବେଳେ
ରବୀନ୍ଦ୍ର ଟାଗୋର କଲେ,
ସ୍ୱର ସଂଯୋଜନା ଅତୀବ ସୁନ୍ଦର
ଜାତୀୟ କଂଗ୍ରେସ ଠାରେ I
ଭାରତ ମାତାର ରୂପ ଲାବଣ୍ୟରେ
ବଙ୍ଗଳା କବି ମୋହିତ ,
ଯେଦୃଶ୍ୟ ଦେଖିଲେଶବ୍ଦରେଖଞ୍ଜିଲେ
ସମସ୍ତେ ହୋଇଲେ ଚକିତ I
ପ୍ରଥମ ଦ୍ବିପଦ ସଂସ୍କୃତ ଥିଲା
ବାକିସବୁ ବଙ୍ଗଳାରେ,
ଆହାକି ସୁନ୍ଦର ଭାବର ରାଗିଣୀ
ଛାପ ଛାଡିଗଲେ ମହୀରେ I
ସ୍ୱରରେ ତାଳରେ ଲୟରେ ଛନ୍ଦରେ
ନ ଥିଲେବି ହେଲା ମଧୁର ,
ସୁଷମା ମଣ୍ଡିତ ଜ୍ୟୋତ୍ସ୍ନା ବିଧୌତ
ଆହା କେତେ ପଦ ସୁନ୍ଦର I
ଏହି ସଂଗୀତରେ କି ଯାଦୁ ଭରିଲେ
ଇଂରେଜ ହେଲେ ପାଗଳ ,
ଶବ୍ଦର ଶାଣିତ ଥିଲାରେ ପ୍ରଖର
ଥିଲା ଶତ ସିଂହର ବଳ I
ଝଙ୍କାରୀ ଉଠୁରେ ଗଣ ମାନସରେ
ଏ ନବୀନତାର ସଂକେତ ,
କୋଟିଏ କଣ୍ଠରେ ନିନାଦିତ ହେଉ
ବନ୍ଦେ ମାତରମ ଝଙ୍କୃତ I
ଗଣଶିକ୍ଷା କରେ ସଭିଙ୍କ ମନରେ
ବନ୍ଦେ ମାତରମ ମନ୍ତ୍ରିତ ,
ଏଇଥି ପାଇଁତ ସୁପ୍ତ ପ୍ରତିଭା
ହେଉଛନ୍ତି ଆଜି ଜାଗ୍ରତ I
ସଫଳ କରିବା ଆନନ୍ଦ ମଠର
ସନ୍ୟାସୀ ଙ୍କ ମହାମନ୍ତ୍ର ,
ପ୍ରତି ଜନତାଙ୍କ ହୃଦ କନ୍ଦରରେ
ବନ୍ଦେ ମାତରମ ର ଯନ୍ତ୍ର I

ବନ୍ଦେ ମାତରମ

ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011

20
2450 views