logo

ନମସ୍ତେ ମା 'ଭାରତୀ - ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ କବିତା।

ନମସ୍ତେ ମା 'ଭାରତୀ
****************

ଜୟ ଭଗବତୀ ମାତ ସରସ୍ବତୀ
ନମସ୍ତେ ମାଆ ଭାରତୀ
ଜୟ ମା ଶାରଳା ଅଭୟ ବରଦା
ବିଷ୍ଣୁପ୍ରିୟା ବିଦ୍ୟାଦାତ୍ରୀ l

ଶ୍ଵେତ ପଦ୍ମାସନା ମରାଳ ବାହିନୀ
ବୀଣା ପୁସ୍ତକ ଧାରିଣୀ
ମାଗୋ ବ୍ରହ୍ମା ସୁତା ସାଧ୍ବୀ ପତିବ୍ରତା
ଅଟୁ ତୁ ବିଷ୍ଣୁ ମୋହିନୀ l

ଶ୍ଵେତବସ୍ତ୍ର ପରିହିତ ତୋଷ ମତି
ଜ୍ଞାନ କଳା ବିଭାମୟୀ
ତୋର କୃପା ବଳେ ମୂର୍ଖ ହୁଏ ଜ୍ଞାନୀ
ବିତ୍ୟାଦାତ୍ରୀ କୃପାମୟୀ l

କମଳ ଲୋଚନୀ ବୀଣା ବାଦିନୀ
ସୁଧା ସରିତ ପ୍ଳାବିନୀ
ତୁମେ ଜ୍ଞାନ ଦେବୀ ଦିଅ ବିଦ୍ୟା ବୁଦ୍ଧି
ତୁମେ ହିଁ ବ୍ରହ୍ମ ଚାରିଣୀ l

ତୁମରି ଦୟାରୁ ମୂର୍ଖ କାଳିଦାସ
ଦେବ ଗୁରୁ ବୃହସ୍ପତି
ଆଉ ଶୁଦ୍ର ମୁନି ସାରଳା ଦାସ
ରଖିଗଲେ ଯଶ କୀର୍ତ୍ତି l

ବସନ୍ତ ପଞ୍ଚମୀ ତୁମ ପୂଜା ତିଥି
ପୂଜିଥା'ନ୍ତି ଛାତ୍ର ଛାତ୍ରୀ
ବିଦ୍ୟାର ଭଣ୍ଡାର ଖୋଲି ଦିଅ ମାତା
ଘେନିଣ ଶ୍ରଦ୍ଧା ଭକତି l
*********************

ବସନ୍ତ କୁମାର ପ୍ରଧାନ
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -7735611484

12
458 views