
ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ସମସ୍ଯା ବିଷୟରେ ଆଲୋଚନା।
ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ସମସ୍ଯା ବିଷୟରେ ଆଲୋଚନା।
ହରିଚନ୍ଦନପୁର: ୨୧/୦୧, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହରିଚନ୍ଦନପୁର ଧାନମଣ୍ଡୀ, ବଡପଳାସପାଳ ଧାନମଣ୍ଡୀ ଓ ବକ୍ସିବାରିଗାଁ ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ସମସ୍ଯା ବିଷୟରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଧାନମଣ୍ଡୀ ମାନଙ୍କରେ ଚାଷୀ ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ ଘର, ପିଇବା ପାଇଁ ସ୍ବଛ ପାଣି ର ବ୍ୟବସ୍ଥା, ଶୌଚ ହେବାପାଇଁ ପାଇଖାନା ବ୍ୟବସ୍ଥା ବୁଲି ଦେଖିଥିଲେ।
ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର କୁ ଶୃଙ୍ଖଳିତ କରିବା ସହିତ ସ୍ୱଚ୍ଛତା ର ସହିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ର ବରିଷ୍ଠ ନେତା ଶ୍ରୀ ମହେଶ୍ଵର ସାହୁ ତାହାର ସରଜମୀନ ତଦନ୍ତ ଚାଷୀ ମାନଙ୍କୁ ପଚାରି ବୁଝିଥିଲେ । ଧାନ କୁଇଣ୍ଟାଲ ପ୍ରତି ୪ କିଲୋ କଟନି ଛଟନି କରୁଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ମାର୍ଗ ଦର୍ଶକା କୁ ଉଲଂଘନ କରି ଯେଉଁ ସରକାରୀ ଅଧିକାରୀ କିମ୍ବା ମିଲର ମାନେ ଧାନ କିଣା କାରବାର ରେ ଅସାଧୁ ଉପାୟ ଅବଲମ୍ବନ କରିବେ କିମ୍ବା କଟନି ଛଟନି କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ସତର୍କବାଣୀ ଶୁଣାଇଛନ୍ତି। ଏହି ଧାନମଣ୍ଡି ପରିଦର୍ଶନ ସମୟ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ସୁଧାକର ସାହୁ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଶିଶିର କୁମାର ସାହୁ, ସଞ୍ଜୀବ କୁମାର ସାହୁ, ଜୟ କୃଷ୍ଣ ମହାନ୍ତ,ଅଭିମନ୍ୟୁ ସାହୁ , ପ୍ରାଣବନ୍ଧୁ ସାହୁ, ଚତୁର୍ଭୁଜ ସାହୁ, ସତ୍ୟାନନ୍ଦ ସାହୁ, ରମେଶ ଚନ୍ଦ୍ର ସାହୁ, ଗୋଲକ ବିହାରୀ ସାହୁ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଚାଷୀ ସାମିଲ ହୋଇଥିଲେ।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।