logo

ଏରେଣ୍ଡେଇ ରେ ଉଦଘାଟନ ହେଲା ମାଣ୍ଡିଆ ମଣ୍ଡି।

ଏରେଣ୍ଡେଇ ରେ ଉଦଘାଟନ ହେଲା ମାଣ୍ଡିଆ ମଣ୍ଡି।

ପାଟଣା:୨୧/୦୧- ପାଟଣା ବ୍ଲକ ଏରେଣ୍ଡେଇ ଠାରେ ଆଜି ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇ ଯାଇଛି। ଉଦଘାଟନି କାର୍ଯ୍ୟକ୍ରମ ରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂଜାପାଠ କରି ମଣ୍ଡିର ଶୁଭ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ଘଟଗାଁ କୃଷି ଜିଲ୍ଲା ଅଧିକାରୀ କବିତା ବେହେରା, ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ମୁଷାଖୋରୀ ସରପଞ୍ଚ ଭାମାମଣି ଦାସ,ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟରାଜ ଭୋଇ, ସ୍ବେଚ୍ଛାସେବୀ ସଂଗଠନ ଭାରତ ର ସମ୍ପାଦକ ନବକିଶୋର ମିଶ୍ର, ଭାରତ ସଂଗଠନ ର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ, ଶ୍ରୀ ଅନ୍ନ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସହ ସଂଯୋଜକ ସମୀର କୁମାର ଦାଶ,ଶ୍ରୀ ବଳଭଦ୍ର ଏଫ ପି ସି ଏଲ ର ମୁଖ୍ୟ ଦୀନକୃଷ୍ଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ମାଣ୍ଡିଆ ଜାତ ଖାଦ୍ୟ ର ବହୁଳ ବ୍ୟବହାର ଓ ତାର ଉପକାରୀତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ମାଣ୍ଡିଆ ଏକ ଲାଭଜନକ ଚାଷ ହୋଇଥିବା ବେଳେ ମାଣ୍ଡିଆ ଚାଷ ର ପ୍ରଣାଳୀ ଓ ଏହାର ବିକ୍ରି ପାଇଁ ମଣ୍ଡି ସୁବିଧା ଥିବା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରିଥିଲେ।ଏରେଣ୍ଡେଇ ଠାରେ ଆଜି ଉଦଘାଟିତ ହୋଇଥିବା ମାଣ୍ଡିଆ ମଣ୍ଡିରେ ମାଣ୍ଡିଆ ବିକ୍ରୀ କରିବା ସହିତ ଏହା କୁଇଣ୍ଟାଲ ପିଛା 4 ହଜାର 8 ଶହ 86 ଟଙ୍କା ଦରରେ ଚାଷୀଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯିବ ବୋଲି କୃଷି ଅଧିକାରୀ ସୂଚନା ଦେଇଥିଲେ। ଶ୍ରୀ ବଳଭଦ୍ର ଏଫ ପି ସି ଏଲ ଏହି ମାଣ୍ଡିଆ କୁ କିଣିବା ପାଇଁ ଅଧିକାର ପ୍ରାପ୍ତ ହୋଇଥିବା ବେଳେ ଚାଷୀମାନେ ଏହାର ସୁଫଳ ନେବା ପାଇଁ ପରାମର୍ଶ ଦେଇଥିଲେ। ସ୍ବେଚ୍ଛାସେବୀ ସଂଗଠନ ଭାରତ ସଂସ୍ଥା ସହଯୋଗ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାର୍ଥ ସାରଥୀ ବେଜ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ କୃଷି ଅଧି ଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ, ଅଭୟ ରାଉତ, ବନଲତା ସେଠୀ, ଦୀପ୍ତିରାଣୀ ମହାନ୍ତ, ଦମୟନ୍ତି ମହାନ୍ତ, କୃଷି ଗ୍ରାମ ସେବକ ଇନ୍ଦ୍ରଜିତ ପୁହାଣ, ଧରଣୀଧର କିଷାନ, ପ୍ରୀତିପ୍ରଭା ନାଏକ, ଶ୍ରୀଅନ୍ନ ଯୋଜନା ର ବ୍ଲକ ସଂଯୋଜକ ତ୍ରିଲୋଚନ ମହାନ୍ତ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
694 views