logo

ସ୍ୱାଧୀନତା ତାର 57 ବର୍ଷ ବିତି ଯାଇଥିଲେ ମଧ୍ୟ ଖୋଲାରେଗଡ଼ା ଗ୍ରାମବାସୀ ସରକାରୀ ସୁବିଧା ରୁ ବଞ୍ଚିତ l (ସମସ୍ୟା ସମାଧାନ ନିମନ୍ତେ କେନ୍ଦ୍ର ଶିକ୍ଷମନ୍ତ୍ରୀ ଙ୍କୁ ଅଭିଯୋଗ ପତ୍ର )

ଅନୁଗୋଳ (କରୁଣାକର ନାୟକ )21/1ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋର ନଗର ବ୍ଲକ ହଣ୍ଡପା ପଂଚାୟତ ଅନ୍ତର୍ଗତ ଖୋଲାରେଗଡ଼ା ଗ୍ରାମବାସୀ ସରକାରୀ ଯୋଜନା ରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି l ଉକ୍ତ ଗ୍ରାମ ଟି ହଣ୍ଡପା ପଂଚାୟତ ଠାରୁ 17 କିଲୋମିଟର ବଣ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ l ଉକ୍ତ ଗ୍ରାମରେ 60 ପରିବାର ଓ 500 ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଳ ଉକ୍ତ ଗ୍ରାମ କୁ ଯିବାପାଇଁ ଉତ୍ତମ ରାସ୍ତା ଟିଏ ନାହିଁ l ଯେଉଁ ରାସ୍ତା ଅଛି ହିଞ୍ଜିଡ଼ା ଗ୍ରାମର ମୁଖ୍ୟ ରାସ୍ତା ରାସ୍ତା ଠାରୁ 4 କିଲୋମିଟର ମାଟି ରାସ୍ତା ଅଛି ଯାହାକି ଆମ୍ବୁଲାନ୍ସ ଯିବା ଅସମ୍ଭବ l ମାଟି ରାସ୍ତା ମଧ୍ୟରେ ଏକ ନାଳ ର ପ୍ରତିବନ୍ଧକ l ଯାହାକି ବର୍ଷା ଦିନେ ରୋଗୀ କିମ୍ବା ଗର୍ଭବତୀ ମହିଳା ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ ଙ୍କ ମୁହଁରୁ ପ୍ରକାଶ l ଗମନାଗମନ ର ଅସୁବିଧା ସାଙ୍ଗକୁ ପିଇବା ପାଣି ର ଘୋର ଅଭାବ l ଯେଉଁ ପାଣି ମିଳୁଛି ତାହା ଚଳିବାକୁ ଅନୁପଯୁକ୍ତ l ଅଙ୍ଗନବାଡି ର ସୁବିଧା ନଥିବାରୁ ଶିଶୁ ଓ ଗର୍ଭବତୀ ପ୍ରସୂତି ମହିଳା ପୁଷ୍ଟି କର ଖାଦ୍ୟ ପାଇବାରୁ ବଞ୍ଚିତ l ନିର୍ବାଚନ ସମୟରେ ନେତା ଓ ରାଜନେତା ଭୋଟ ଭିକ୍ଷା କରି ଆସିବା ସମୟରେ ପ୍ରକୃତ ଅସୁବିଧା ନିଯେହିଁ ଅନୁଭବ କରୁଛନ୍ତି l ଗମନାଗମନ ର ସୁବିଧା ସାଙ୍ଗକୁ ଏକ ବ୍ରିଜ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟକାରୀ କରିବାକୁ ମିଛ ପ୍ରତି ଶ୍ରୁତି ଦେଇ ଚାଲି ଯାଆନ୍ତି l ନିର୍ବାଚନ ସରିଗଲା ପରେ ନେତା, ରାଜନେତା କି କୁଜିନେତା ମାନେ ଦେଖାଦିଅନ୍ତି ନାହିଁ l ଯାହାକି ଦେଶ ସ୍ୱାଧୀନତା 78 ତମ ବର୍ଷ ବିତି ଯାଇଥିଲେ ମଧ୍ୟ ଖୋଲାରେଗଡ଼ା ଗ୍ରାମବାସୀ ସରକାରୀ ଯୋଜନା ରୁ ବଞ୍ଚିତ l ଡବଲ ଇଂଜିନ ସରକାର ଙ୍କୁ ଦୁଃଖ ଜଣାଇବାକୁ ଆଜି ଖୋଲାରେଗଡ଼ା ଗ୍ରାମବାସୀ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜିଲ୍ଲା ପ୍ରତିନିଧି ଯଯାତି କେଶ୍ବରୀ ପଟ୍ଟନାୟକ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଥିବା ଦେଖିବାକୁ ମିଳିଛି l ଉକ୍ତ ଗ୍ରାମର ସମସ୍ତ ସମସ୍ୟା କୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଜଣାଇବା ସହିତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଜଣାଇ ଯଥାଶୀଘ୍ର ସମସ୍ୟା ପ୍ରତି ନଜର ଦେଇ ସମସ୍ୟା ସୁଧାର ଆଣିବାକୁ ଅବଗତ କରିବାକୁ ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ l ସାଙ୍ଗରେ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ମଣ୍ଡଳ ସଭାପତି ହେମନ୍ତ ବିଶ୍ୱାଳ, ପୂର୍ବତନ ମଣ୍ଡଳ ସଭାପତି ବାନାମ୍ବର ସାହୁ ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର ସମିତି ସଭ୍ୟ ଆନୁକୂଲ୍ୟ ବେହେରା ହଣ୍ଡପା ପଂଚାୟତ ସଭାପତି ବାପୁଜୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଦେଖାଯାଉ ଅଭିଯୋଗ ପାଇଲା ପରେ ସମସ୍ୟା ର ସମାଧାନ କେବେ କାର୍ଯ୍ୟକାରୀ ହେଉଛି ଦେଖିବାକୁ ବାକି ରହିଲା l

203
3533 views