logo

କ୍ଷେତ୍ରବାସୀ ଡ଼ି.ଏ.ଭି ମହାବିଦ୍ୟାଳୟ ର ୬୦ ତମ ବାର୍ଷିକ କ୍ରୀଡା ଉଦଯାପିତ

ଖୋର୍ଦ୍ଧା,୨୧.୧.୨୬(ଏ.ଆଇ.ଏମ.ଏ) : ରାଜ୍ୟ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ କ୍ଷେତ୍ରବାସୀ ଡ଼ି.ଏ.ଭି ମହାବିଦ୍ୟାଳୟ ର ୬୦ ତମ ବାର୍ଷିକ କ୍ରୀଡା ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଅଛି l ତିନି ଦିନ ଧରି ଚାଲିଥିବା କ୍ରୀଡା ରେ ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବାବେଳେ ଅତିଥୀଗଣ ଚମ୍ପିୟାନ ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l
ଉଦଯାପନୀ ଉତ୍ସବ ରେ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷା ଡ଼ ପ୍ରତିଭାମାୟୀ ମିତ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ ଡ଼ ପ୍ରଫୁଲ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କ୍ରୀଡା ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ମହାବିଦ୍ୟାଳୟ ର ଅଧକ୍ଷା କାଦମ୍ବିନୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ l କ୍ରୀଡା ସଂସଦର ଉପ ସଭାପତି ଶିବ ପ୍ରସାଦ ପୀଡିକା ବାର୍ଷିକ ବିବରଣୀ ପାଠ କରିଥିଲେ l ଅଧ୍ୟାପକ ହର ପ୍ରସନ୍ନ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଚନ୍ଦନ କୁମାର ମିତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ପ୍ରଧ୍ୟାପିକା ଅଞ୍ଜୁଳା ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ କ୍ରୀଡା ପ୍ରଶିକ୍ଷକ ମନୋଜ କୁମାର ବାରିକ ଧନ୍ୟବାଦ ଦେଇଥିଲେ l ଆଜି ଅନୁଷ୍ଠିତ ଅଧ୍ୟାପକ - କର୍ମଚାରୀ ଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ କ୍ରିକେଟ ମ୍ୟାଚ ର ବିଜେତା ଅଧିନାୟକ ଅଶୋକ କୁମାର ପାତ୍ର ଓ ଉପ ବିଜେତା ଅଧିନାୟକ ସୌରଭ ମହାପାତ୍ର ଙ୍କୁ ଅତିଥିମାନେ ଅଭିନନ୍ଦନ ଜଣାଇଥିଲେ l ଅଧ୍ୟାପକ ଗିରିଜା ଶଙ୍କର ମହାପାତ୍ର,ଡ଼ କୈବଲ୍ୟ ଚରଣ ପତି, ଅଧ୍ୟାପିକା ସୋନାଲି ରାଣସିଂହ, ସିପୁନ ସାହୁ, ରଶ୍ମିତା ଜେନା,ସଂଜୀବ ଡୁଡୁକା,ମୋନାଲିସା ଆଚlର୍ଯ୍ୟ,ଗଣେଶ କୁମାର ସାହୁ, ପୁର୍ଣ୍ୟ ଦର୍ଶନ ସାହୁ ଓ ଡ଼ ନଫିସା ଅଲ୍ଲୀ ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ l

85
2365 views