logo

ଆମ୍ବସରମୁଣ୍ଡା ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଆଠମଲ୍ଲିକ:୨୧/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ସେବାଶ୍ରମ ବିଦ୍ୟାଳୟ ପରିସରରେ ଆଜି ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ବାର୍ଷିକ ଉତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ! ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦୈତାରୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଉପଖଣ୍ଡ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ଲୋକନାଥ ଘଡେ଼ଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ମୁଖ୍ୟବକ୍ତା ଭାବେ ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ମାଝୀ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଆଲୋକପାତ କରିଥିଲେ !ସଭାରେ ସ୍କୁଲ କମିଟି ସଭାପତି ଶ୍ରୀ ବବୃବାହାନ ସାହୁ, ସମ୍ମାନିତ ଅତିଥି ଭାବେ ଆମ୍ବସରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଅର୍ଜୁନ କୁମାର ସାହୁ, ଆମ୍ବସରମୁଣ୍ଡା ଫରେଷ୍ଟର ଗୌରୀ ବେହେରା ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଧନଞ୍ଜୟ ନାୟକ ଉପସ୍ଥିତ ଥିଲେ ! ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ମୂଳକ ଗୀତ, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କୁ ମନମୋହିଥିଲା ! ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା !
ମଞ୍ଚ ପରିଚାଳନା ଶ୍ରୀ ମାନସ ନାୟକ କରିଥିବାବେଳେ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ନାୟକ, ଶୁଭଶ୍ରୀ ମୁଦୁଲି ,ମାଟ୍ରନ ଗୀତାଞ୍ଜଳି ପ୍ରଧାନ , ଶିଶୁ ସେବିକା ମୋନାଲିସା ନାଏକ ସହଯୋଗ କରିଥିଲେ ! ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ସମାପ୍ତ ହୋଇଥିଲା !

3
13 views