logo

ଭଦ୍ରକ ଜିଲ୍ଲା ମହୋତ୍ସବ ' ଭଦ୍ରାୟଣୀ ' ଏବେ ଅଡ଼ୁଆରେ

ଭଦ୍ରକ ଜିଲ୍ଲା ମହୋତ୍ସବ ' ଭଦ୍ରାୟଣୀ ' ଏବେ ଅଡ଼ୁଆରେ

- ' ଭଦ୍ରାୟଣୀ' ପ୍ରତି ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଚର୍ଚ୍ଚା
ଭଦ୍ରକ - ୧୯/୦୧,ଓଡ଼ିଶା ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡ଼ିଶାର ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ' ଜିଲ୍ଲା ସଂସ୍କୃତି ପରିଷଦ ' କମିଟି ଗଠନ କରାଯିବା ପାଇଁ ପାରିତ ହୋଇଥିଲା। ଏହାକୁ ଭିତ୍ତିକରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କମିଟି ଗଠନ କରାଯାଇଥିଲା ବେଳେ ଭଦ୍ରକ ଜିଲ୍ଲାରେ ୨୦୧୨ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ପାଣିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ଚିଠି ନମ୍ବର ୩୨୨ , ତା ୧୦/୧୦/୨୦୧୨ ରିଖରେ ୭ (ସାତ) ଜଣଙ୍କୁ ନେଇ ଭଦ୍ରକ ଜିଲ୍ଲା ସ୍ତରୀୟ ଜିଲ୍ଲା ସଂସ୍କୃତି ପରିଷଦ ଗଠନ କରାଯାଇଛି। ଉକ୍ତ ପରିଷଦରେ ଜିଲ୍ଲାପାଳ ( ଅଧ୍ୟକ୍ଷ ), ଅତିରିକ୍ତ ଜିଲ୍ଲାପାଳ ( ଉପାଧ୍ୟକ୍ଷ), ପି ଡି ଡିଆରଡିଏ, ଉପ ଜିଲ୍ଲାପାଳ , କାର୍ଯୟନିର୍ବାହୀ ଯନ୍ତ୍ରୀ ଆର୍ ଏଣ୍ଡ ବି ( କାର୍ଯୟନିର୍ବାହୀ ସଦସ୍ୟ ), ପଣ୍ଡିତ ଦୈତ୍ୟାରି ମହାପାତ୍ର ( ଜିଲ୍ଲା ସଂସ୍କୃତି ସଂଯୋଜକ - ସଭ୍ୟ ) ଏବଂ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ( ଆବାହକ ) ସ୍ଥାୟୀ ରହିବେ ବୋଲି ସ୍ଥିର କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୨୯୦, ତା ୧୩/୧୦/୨୦୧୭ ମସିହା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ବିଧି ଅନୁସାରେ ଅନୁଷ୍ଠିତ ହେଉଥିଲା। ମାତ୍ର ୨୦୧୭ ମସିହା ପରଠାରୁ ଜିଲ୍ଲା ପରିଷଦକୁ ଗୋପନ ରଖି ଜିଲ୍ଲା ପ୍ରଶାସନ ମନମୁଖୀ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବାର ଜଣାଯାଏ। ଜିଲ୍ଲା ସ୍ତରୀୟ ଯେ କୌଣସି ସରକାରୀ କାର୍ଯ୍ୟକ୍ରମ ହେବା ପୂର୍ବରୁ ପ୍ରଥମେ ଜିଲ୍ଲା ସଂସ୍କୃତି ପରିଷଦ ବୈଠକ ଡକାଯାଇ ସମସ୍ତ ପ୍ରକାର ଲିଖିତ ନିଷ୍ପତ୍ତି ନିଆଯିବାକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିୟମ ଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ପ୍ରଶାସନ ଖୋଲମ୍ ଖୋଲା ଭାବେ ଉଲଂଘନ କରିଥିବାର ଜଣାଯାଏ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସ୍ତରୀୟ ବୁଦ୍ଧିଜୀବୀ ମହଲରେ ଏବଂ ଜନ ସାଧାରଣରେ ଅଭିଯୋଗ ହେଉଛି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
810 views