logo

ବନ୍ଦେ ମାତରମ ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ।

ବନ୍ଦେ ମାତରମ ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ।

ପାଟଣା:୨୧/୦୧, ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା କ୍ଲଷ୍ଟର ସି ଆର ସି ସି ଲିପଟନ ସାହୁ ଙ୍କ ଅଧ୍ୟକ୍ଷତା ରେ ତୁରୁମୁଙ୍ଗା, ମୁରୁସୁଆଁ, ବୁଢ଼ି କପୁଡି ବାଉଁସୁଳି, ପକ୍ଷ ରୁ ବନ୍ଦେ ମାତରମ ର ୧୫୦ ତମ ପୂର୍ତ୍ତି ଅବସରରେ ସାମୁହିକ ଗାନ, ପୁରସ୍କାର ଉତ୍ସବ ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ତୁରୁମୁଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ନାଏକ, ଦ୍ୱୀପପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ତୁରୁମୁଙ୍ଗା ସରପଞ୍ଚ ସୁରେଖା ନାଏ କ, ପାଟଣା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ରାୟ ଦଧିବାମନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାନ୍ତ ଯୋଗ ଦେଇଥିଲେ। ଅନ୍ୟ ତିନି କ୍ଲଷ୍ଟର ସିଆରସି ସି ଜ୍ୟୋତିରଞ୍ଜନ ସେଠି, ନାରାୟଣ ପାତ୍ର, କ୍ଷିତିଶ କୁମାର ଦିକ୍ଷତ ଏବଂ ସମସ୍ତ ବିଦ୍ୟାଳୟ ର ଗାଇଡ଼ ଶିକ୍ଷକ/ ଶିକ୍ଷୟିତ୍ରୀ ୧୬୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ସଚ୍ଚିଦାନନ୍ଦ ମହାକୁଡ଼ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ନକୁଳ ଚନ୍ଦ୍ର ପାତ୍ର, ସସ୍ମିତା ଲେଙ୍କା, ବିରଞ୍ଚି ନାରାୟଣ ସାହୁ, ମାନସ ରଞ୍ଜନ ସାହୁ ତନୁଜା ଦେହୁରୀ, ସନ୍ତୋଷ କୁମାର ମହାନ୍ତ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ୧୬୫ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

14
1622 views