logo

ପଦ୍ମପୁରରେ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ।

ପଦ୍ମପୁରରେ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ।

କେନ୍ଦୁଝର,୨୦/୦୧, ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ର'ଙ୍କ ୧୩୮ତମ ଶୁଭ ଜନ୍ମ ମହୋତ୍ସବ ଏବଂ ସତସଙ୍ଗ କେନ୍ଦ୍ର ପଦ୍ମପୁର ର ବାର୍ଷିକୋତ୍ସବ ମହାଆଡମ୍ବର ରେ ଉଦଯାପିତ ହୋଇଯାଇଛି।ସକାଳୁ ଉଷା କୀର୍ତ୍ତନ, ବିନତୀ ପ୍ରାର୍ଥନା, ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସତସଙ୍ଗ କେନ୍ଦ୍ର ପଦ୍ମପୁର ର ପ୍ରଚେଷ୍ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶବିର ଅନୁଷ୍ଠିତ ହୋଇଛି। ଡା.ବେଣୁଧର ମୁଦୁଲି, ଡା.ସୁମନ ବେହେରା ଓ ଡା.ମନୋରଞ୍ଜନ ବୋଷ ପ୍ରଭୃତି ଚିକିତ୍ସକ ମାନେ ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କରିଛନ୍ତି। ସତସଙ୍ଗ ଅଧିବେଶରେ ଶ୍ରୀ ବଳରାମ ସାହୁ ଯାଜକ, ମୁଖ୍ୟ ଅତିଥି ଶ୍ରୀ ରଞ୍ଜିତ କୁମାର ମୁଦୁଲି ସ.ପ୍ର.ଋ, ଏବଂ ଡା.ଶ୍ରୀ ବେଣୁଧର ମୁଦୁଲି ସ.ପ୍ର.ଋ, ଉପସ୍ଥିତ ଭକ୍ତ ସମାଜକୁ ଶାନ୍ତି ଓ ମଙ୍ଗଳର ବାର୍ତ୍ତା ସହିତ ଶ୍ରୀ ଶ୍ରୀ ଠାକୁରଙ୍କୁ ଅନୁସରଣ କରିବା ଦିଗରେ ଉଦବୋଧିତ କରିଛନ୍ତି। ଶ୍ରୀ ବୃନ୍ଦାବନ ସାହୁ ସ.ପ୍ର.ଋ ଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି। ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ପାର୍ଶ୍ଵରୁ ଶହସ୍ରାଧିକ ଭକ୍ତ ଓ ଅନୁରାଗୀ ମାନେ ଉପସ୍ଥିତ ରହି ଜୀବନକୁ ସାର୍ଥକ କରିଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

15
1177 views