
ଧର୍ମପରାୟଣା ମହିଳା ବସନ୍ତ ମଞ୍ଜରୀ ଙ୍କ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା
ଖୋର୍ଦ୍ଧା,୨୦.୧.୨୬(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜ଼ିଲ୍ଲା ଡିଆ ପଞ୍ଚାୟତ ଭୋଇସାହି ଗ୍ରାମର ଧର୍ମ ପରାୟଣା ମହିଳା ସ୍ୱର୍ଗତ ବସନ୍ତ ମଞ୍ଜରୀ ମହାନ୍ତିଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ସ୍ମୃତି ଚାରଣ ସଭା ଟାଙ୍ଗୀବ୍ଲକ ସାମ୍ବାଦିକ ସଙ୍ଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।ଆମନ୍ତ୍ରିତ ଅତିଥିଭାବେ ବିଜେପି ମହିଳା ନାରୀନେତ୍ରୀ ବାସନ୍ତୀ ମହାପାତ୍ର, ଡ଼ ସଞ୍ଜୟ କୁମାର ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ୍ଲ ଚନ୍ଦ୍ର ଜେନା, ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ,ସାମ୍ବାଦିକ ତଥା ସଖାସଙ୍ଘ ର ସାଧାରଣ ସମ୍ପାଦକ ଦୀପକ ପ୍ରଧାନ, ସାମାଜିକକର୍ମୀ ସନ୍ତୋଷ କୁମାର ଦଳେଇ,ଟାଙ୍ଗି ବ୍ଲକ ଯୋଗାଣ ଅଧିକାରୀ ଶିବରାମ ବିଶ୍ୱାଳ, ସି.ପି.ଏମ ନେତା ବିଧୁଭୂଷଣ ମହାରଣା, ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ସନାତନ ବାରିକ, ଶିକ୍ଷକ ନେତା କିଶୋର କୁମାର ଦାଶ, ଲେଣ୍ଡୋ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଲକ୍ଷ୍ମୀଧର ଆଚାର୍ଯ୍ୟ, ବଣିକ ସଙ୍ଘ ସଭାପତି ଆର୍ତ୍ତତ୍ରାଣ ରାଉତରାୟ, ସାମ୍ବାଦିକ ହିମାଂଶୁ ଭୂଷଣ ଚମ୍ପତ୍ତି, ମନୋଜ କୁମାର ପଟ୍ଟନାୟକ, ଦାମୋଦର ପ୍ରଧାନ, ବିଭୁତି ଭୂଷଣ ଦାଶ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ସଂଗ୍ରାମ କେଶରୀ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା ସଭାପତି ମନୋଜ କୁମାର ପ୍ରଧାନ, ସମ୍ବାଦ ସାହିତ୍ୟଘରର ସଦସ୍ୟ ଚନ୍ଦ୍ର ମୋହନ ପଟ୍ଟନାୟକ, ବୀରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତା ବସନ୍ତ ମଞ୍ଜରୀଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତା ମହାନ୍ତିଙ୍କର ପୁତ୍ର ମାନସ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ପ୍ରକାଶଜିତ ପଟ୍ଟନାୟକ, ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ,ସୁକାନ୍ତଜିତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଆତ୍ମୀୟସ୍ୱଜନ, ଶୁଭେଛୁ ଉପସ୍ଥିତ ଥିଲ ସନ୍ଧ୍ୟାରେ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା।