logo

ବୋମା ଖାଇ ହାତୀ ମୃତ୍ୟୁ ପରେ ଆକ୍ସନ ମୋଡ ରେ ବନ ବିଭାଗ। ଅନୁଗୋଳ ଓ ଢେଙ୍କାନାଳ ବନବିଭାଗ ପକ୍ଷରୁ ଗଣ୍ଠିଗାଡ଼ିଆ ବିଟ ଅଞ୍ଚଳରେ ଜୋରଦାର୍ କମ୍ବିଂ ଅପରେଶନ ।ଜିଲ୍ଲାରେ ଶିକାରୀଙ୍କ ବୋ

ବୋମା ଖାଇ ହାତୀ ମୃତ୍ୟୁ ପରେ ଆକ୍ସନ ମୋଡ ରେ ବନ ବିଭାଗ।
ଅନୁଗୋଳ ଓ ଢେଙ୍କାନାଳ ବନବିଭାଗ ପକ୍ଷରୁ ଗଣ୍ଠିଗାଡ଼ିଆ ବିଟ ଅଞ୍ଚଳରେ ଜୋରଦାର୍ କମ୍ବିଂ ଅପରେଶନ ।ଜିଲ୍ଲାରେ ଶିକାରୀଙ୍କ ବୋମା ରେ ହାତୀ ମୃତ୍ୟୁ ଭଳି ଅଘଟଣ ପରେ ତପ୍ତରତା ଦେଖାଇଲା ବନବିଭାଗ ।ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜୋରଦାର କମ୍ବିଂ ଅପରେସନ୍ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ଶିକାରୀ ମାନଙ୍କୁ ଜଙ୍ଗଲରେ ପୂରାଇ ନଦେବା ପାଇଁ ସବୁ ଯୋଜନା କରାଯାଉଛି। ସୂଚନା ମୁତାବକ, ଅନୁଗୁଳ ବନ ବିଭାଗ ଏବେ ଆକ୍ସନ ମୁଡକୁ ଆସିଛି । କିଛି ଦିନ ହେଲା ଅନୁଗୋଳ ବନ ଖଣ୍ଡର ସମସ୍ତ ରେଞ୍ଜରେ ସମସ୍ତ ବନ କର୍ମଚାରୀଙ୍କୁ ସଂରକ୍ଷିତ ଜଙ୍ଗଲରେ ବୁଲିବାକୁ କୁହାଯାଇଛି। ହାତୀ ସମେତ ଅନ୍ୟ ବନ୍ୟ ଜୀବଙ୍କର ଗତିବିଧ‌ି ନିରୀକ୍ଷଣ ଏବଂ ଶିକାର ଓ ଅବୈଧ କାର୍ଯ୍ୟକଳାପ ରୋକିବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅନୁଗୁଳ ଡିଏଫ୍‌ଓ ନୀତୀଶ କୁମାର ପ୍ରକାଶ କରିଛନ୍ତି। ସେହିପରି ଅପରେସନ୍ ବେଳେ ବନ କର୍ମଚାରୀମାନେ ବନ୍ୟଜୀବଙ୍କ ମଧ୍ୟରେ ସମ୍ଭାବ୍ୟ ରୋଗ, ଅରଣ୍ୟ ଅବସ୍ଥା, ବନ୍ୟଜୀବ ସଂଖ୍ୟା ଓ ପରିବେଶଗତ ପରିବର୍ତନ ସମ୍ବନ୍ଧୀୟ ଜରୁରି ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ସେପଟେ ଜଙ୍ଗଲର କେଉଁଠି ଫାଶ, ଜିଆଇ ତାର, ବିଷାକ୍ତ ଆହାର ରଖାଯାଇଛି ତାହା ତନତନ କରି ଖୋଜା ଯାଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

10
247 views