logo

ମା ପାଦୁକାଇ ମନ୍ଦିରରୁ ହୁଣ୍ଡି ଚୋରୀ ଘଟଣା ରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା,୨୦/୧ : ନିରାକାରପୁର ଥାନା ନିକଟ ପଦ୍ମପୁର ଗ୍ରାମର ଆରାଧ୍ୟ ଦେବ ମା ପାଦୁକାଇ ମନ୍ଦିରର ହୁଣ୍ଡି ରବିବାର ଚୋରୀ କୁ ନେଇ ମନ୍ଧିର କମିଟି ପକ୍ଷରୁ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିତ୍ତିକରି ଥାନା ଆଇଆଇସି ବିଶ୍ଵଜିତ ରାଉତରାୟ ନେତୃତ୍ବରେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା l ଚଢ଼ାଉ ରେ ଦୁଇଜଣ ଦୁବୃର୍ତ୍ତ କୁ ଧରିଵା ସହ ସେମାନଙ୍କ ଠାରୁ ନଗଦ ୧୭୦୦ ଟଙ୍କା ଓ ହୁଣ୍ଡି ଜବତ କରିଛି ପୋଲିସ l ସେମାନେ ହେଲେ ପଦ୍ମପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ ଓ ଖଜୁରୀ ପଡାର ଅର୍ବାଜ ସାହା l ଦୁଇ ଜଣ ଙ୍କୁ ବି ଏନ ଏସ ଧାରା ୩୩୧/୩୦୫ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉଧାର ହୋଇଥିବା ଟଙ୍କା ଓ ହୁଣ୍ଡି ମନ୍ଦିର କମିଟିର ୫ ଜଣ ସଦସ୍ୟ ଙ୍କୁ ଏସ. ଆଇ ଦିପାଲିସା ନାୟକ ପ୍ରଦାନ କରିଛନ୍ତି। କମିଟି ପକ୍ଷରୁ ପୋଲିସ କୁ ଧନ୍ୟବାଦ ଦିଆଯାଇଛି। ଏହି ଚଢ଼ାଉ ରେ ସମସ୍ତ ପୋଲିସ କର୍ମଚାରୀ ସମେତ ଏସ.କେ ବେହେରା ଓ ଆର ବେହେରା ପ୍ରମୁଖ କର୍ମଚାରୀ ସାମିଲ ଥିଲେ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ l

118
996 views