logo

କାୟାକଳ୍ପ ରାଜ୍ୟ ମୂଲ୍ୟାଙ୍କନ ଟିମ୍ ର ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଦାମନଯୋଡି,୨୦/୦୧:କାୟାକଳ୍ପ ରାଜ୍ୟ ମୂଲ୍ୟାଙ୍କନ ଟିମ୍ ସୋମବାର ମାଥାଲପୁଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ।ବହିଃ ସ୍ଵାସ୍ଥ୍ୟ ବିଭାଗ ଓ ଅନ୍ତଃନିବାସୀ ରୋଗୀ ବିଭାଗ ଆଦି ସ୍ଥାନରେ ଗୁଣାତ୍ମକ ସେବାର ଉପଲବ୍ଧି,ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା,ସ୍ୱାସ୍ଥ୍ୟକେନ୍ଦ୍ର ପରିସରର ପରିଷ୍କାର ପରିଚ୍ଛନ୍ନତା ଆଦି ବୁଲି ଦେଖିଥିଲେ ଓ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତରଙ୍କ ସହ ସମ୍ପୃକ୍ତ କାର୍ଯ୍ୟ ବିଷୟରେ ପଚାରି ବୁଝି ଥିଲେ।ବିଭିନ୍ନ କ୍ଷେତ୍ରରେ କିପରି ଅଧିକ ଉନ୍ନତ ମାନର ପରିଚାଳନା କରିହେବ ସେଥିପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ।ଏହି ତିନି ଜଣିଆ ଟିମରେ ଭୁବନେଶ୍ୱରରୁ ଡ଼ଃ ସୁରଜିତ ଗରାବଡୁ (ଷ୍ଟେଟ ଆର.ଆର.ଟି, ଆଇଡିଏସପି), ବାୟୋ ମେଡିକାଲ ବର୍ଯ୍ୟବସ୍ତୁର ପରିଚାଳନା ପରାମର୍ଶଦାତା ସୌମ୍ୟକାନ୍ତ ପାତ୍ର ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ରୁ ଟୀକାକରଣ ବିଭାଗର ରାଜ୍ୟ ପରାମର୍ଶଦାତା ଡ଼ାଃ ଅନୀଲ କୁମାର ପଟ୍ଟନାୟଙ୍କ ମୂଲ୍ୟାୟନ ପାଇଁ ଆସିଥିବାବେଳେ କୋରାପୁଟ ସଦର ମହକୁମାରୁ ପ୍ରବନ୍ଧକ(ଗୁଣାତ୍ମକ ମୂଲ୍ୟାୟନ) ପୂର୍ଣ୍ଣଚନ୍ଦ୍ର ଭୋଈ ସଂଯୋଜନା କରିଥିଲେ। ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ତ୍ଵାବଧାନରେ ଡା.ଶିବ ପ୍ରସାଦ ସାହୁ,ଡ଼ାଃ ସମ୍ବିତ କୁମାର ବଳ ଓ ଡ଼ାଃ ଅନୁପମା ପତିଙ୍କ ସହିତ ସମସ୍ତ ଡ଼ାକ୍ତର,ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଗତ ୨ବର୍ଷ ଧରି ମାଥାଲପୁଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିଲା।

97
1801 views