
ଆମ୍ବଶରମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା
ଅନୁଗୋଳ(କରୁଣାକର ନାୟକ )20/1 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଆମ୍ବଶରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଖେଳପଡିଆ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈବଲ୍ୟ କଁଅର, ବିଶିଷ୍ଟ ଶିକ୍ଷାବିତ ବୃନ୍ଦାବନ ସାହୁ, ଶିକ୍ଷାବିତ ଅରବିନ୍ଦ ପ୍ରଧାନ ନାଏଵ ସରପଞ୍ଚ ମନ୍ଦଦାରୀ ନାୟକ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁ ରହିଥିବା ବେଳେ 14 ଗୋଟି ବିଦ୍ୟାଳୟ ରୁ 750 ଜଣ ଛାତ୍ରଛାତ୍ରୀ ବିଭିନ୍ନ ଖେଳକୁଦ ରେ ଭଗନେଇଥିଲେ l କାର୍ଯ୍ୟକ୍ରମ ର ଆରମ୍ଭ, ମଧ୍ୟାନ ଓ ଶେଷ ପର୍ଯ୍ୟାୟ ରେ ସଂକୃତିକ ମାଧ୍ୟମରେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା l ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଟ୍ରଫି ପ୍ରଦାନ କରାଯାଇଥିଲା l ଏଥିରେ ପଂଚାୟତ ରେ 3 ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ 11 ଗୋଟି ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଖେଳ କୁଦ ରେ ଜଜ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ନିଜ ନିଜ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ୱ ନେଇଥିଲେ l ଆମ୍ବଶରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୋମନାଥ ମାଝୀ ସଭାପତିତ୍ବ କାର୍ଯ୍ୟ ତୁଲାଇ ଥିବାବେଳେ ଶିକ୍ଷକ ମାନସ ନାୟକ ସ୍ୱାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ l ସର୍ବ ଶେଷରେ ସେବାଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୈତାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପଂଚାୟତ ସ୍ଥରୀୟ କ୍ରୀଡା ସଂସଦ ର ସଭାପତି ଜଳଧର ସାହୁ ଓ ସମ୍ପାଦକ ସରୋଜ କୁମାର ମିର୍ଦ୍ଧା ଙ୍କ ନେତୃତ୍ୱ ରେ ଶାନ୍ତି ଶୃଙ୍ଖଳା ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା l ଏଥିରେ ଆଖପାଖ ଅଂଚଳର ଜନ ସାଧାରଣ ସମେତ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଓ ଅଭିଭାବିକା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l