logo

ଆମ୍ବସରମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ !

ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ
ଆଠମଲ୍ଲିକ: ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚାୟତ ର ଆଶ୍ରମ ବିଦ୍ୟାଳୟ ଖେଳ ପଡିଆ ଠାର ପଞ୍ଚାୟତ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ରମେଶ ସାଏ ଯୋଗଦେଇ ଖେଳ ମାଧ୍ୟମରେ ଶିଷ୍ଟାଚାର, ସହଯୋଗ ଓ ଶାରୀରିକ ସୁସ୍ଥତାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ! ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୈବଲ୍ୟ କଅଁର ଉପସ୍ଥିତ ରହି ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ କରିଥିଲେ ! ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଶିଖକ ବୃନ୍ଦାବନ୍ ସାହୁ, ଶ୍ରୀ ଅରବୀନ୍ଦ୍ର ସାହୁ ଏବଂ ନାଏବ ସରପଞ୍ଚ ଶ୍ରୀ ମନ୍ଦଦରି ନାୟକ ଉପସ୍ଥିତ ଥିଲେ ! ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଆମ୍ବସରମୁଣ୍ଡା କଲଷ୍ଟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ! କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ ଓ ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା ! ଅବସାନରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ବିଜେତା ଓ ଉପବିଜେତା ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ! କ୍ରୀଡ଼ା ପ୍ରତିଯୋଗିତାକୁ ଦେଖିବାକୁ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ !

32
1880 views
  
1 shares