logo

ସୁଭଦ୍ରା ଶକ୍ତି ମେଳା–୨୦୨୬ରେ ଚାରୁସ୍ ଡ୍ୟାନ୍ସ ଏକାଡେମୀର ଦମ୍ଦାର ପ୍ରଦର୍ଶନ।

ସୁଭଦ୍ରା ଶକ୍ତି ମେଳା–୨୦୨୬ରେ ଚାରୁସ୍ ଡ୍ୟାନ୍ସ ଏକାଡେମୀର ଦମ୍ଦାର ପ୍ରଦର୍ଶନ

ଝୁମର,ଆଦିବାସୀ ଏବଂ ଲୋକନୃତ୍ୟରେ ଦର୍ଶକ ମନ ଜିତିଲେ କଳାକାର

କେନ୍ଦୁଝର, ତା୨୦/୦୧, କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା–୨୦୨୬ ଅବସରରେ କରଞ୍ଜିଆର ଚାରୁସ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମରେ ଏକାଡେମିର ଛୋଟ ଛୋଟ ଶିଳ୍ପୀମାନେ ଝୁମର, ସମ୍ବଲପୁରୀ, ଆଦିବାସୀ, ଆଞ୍ଚଳିକ ଓଡ଼ିଆ ଗୀତ ସହ ବିଭିନ୍ନ ଲୋକନୃତ୍ୟ ଉପସ୍ଥାପନ କରି ଷ୍ଟେଜ୍‌ରେ ଉତ୍ସାହ ଓ ଉଲ୍ଲାସର ପରିବେଶ ସୃଷ୍ଟି କରିଥିଲେ। ସୁନ୍ଦର ତାଳ, ଭାବଭଙ୍ଗୀ ଓ ସମନ୍ୱିତ ପ୍ରସ୍ତୁତି ଦ୍ୱାରା ଦର୍ଶକମାନେ ଖୁବ ମନୋରଞ୍ଜିତ ହୋଇଥିଲେ।

ମେଳାରେ ଅନ୍ୟାନ୍ୟ ସଂସ୍ଥା ଓ ଦଳମାନେ ମଧ୍ୟ ନିଜ ନିଜ କଳା ପ୍ରଦର୍ଶନ କରିଥିବା ବେଳେ, ଚାରୁସ୍ ଡ୍ୟାନ୍ସ ଏକାଡେମୀ ର ପ୍ରଦର୍ଶନକୁ ବିଶେଷ ପ୍ରଶଂସା ମିଳିଥିଲା। ଏହି ଅବସରରେ ଏକାଡେମୀ ର ମୁଖ୍ୟ ଦିବ୍ୟରଞ୍ଜନ ପତିଙ୍କୁ ତାଙ୍କର କଳା ସାଧନା ଓ ଶିଶୁ କଳାକାରମାନଙ୍କୁ ନୃତ୍ୟ ମାଧ୍ୟମରେ ଗଢ଼ି ତୋଳିବାରେ ଅବଦାନ ପାଇଁ ସମ୍ଭୋର୍ଦ୍ଧନା କରାଯାଇଥିଲା। ଏହି ସମ୍ମାନ ଏକାଡେମୀ ସହ ସମସ୍ତ କଳାକାରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

12
772 views