logo

ହେ , କ୍ରାନ୍ତି ପୁରୁଷ, ଆସିଲାଣି ଏବେ କ୍ରାନ୍ତି - ଭରତ ପାତ୍ର ଙ୍କ ଦ୍ଵାରା ରଚିତ କବିତା।

ହେ , କ୍ରାନ୍ତି ପୁରୁଷ,
ଆସିଲାଣି ଏବେ କ୍ରାନ୍ତି...!!!
*********

ବ୍ୟାସକବି, ହେ, ଫକୀର ମୋହନ
ଥିଲ ତମେ ପ୍ରକୃତରେ ସେନାପତି,
ଭାଷା ସୁରକ୍ଷା ସମୟରେ ତମେ
ସାଜିଥିଲ ମହାରଥୀ,
ତମ ସମଗ୍ର ସାହିତ୍ୟ କୃତି...!
ଭରି ଦେଇଥିଲା, ଓଡିଆ ଭାଷା ସାହିତ୍ୟରେ ନୂତନ ଜାଗୃତି...!!

ଓଡିଆ ଗଳ୍ପ ର ହେ ଯଥାର୍ଥ ଜନକ..
ଆଧୁନିକ ନାରୀ ପାଇସାରିଲେଣି
ଶିକ୍ଷା ର ଜ୍ଞାନାଲୋକ,....!!!

ଅବଳା, ଦୂର୍ବଳା ନୁହେଁ,ନାରୀ ଜାତି
ମହିଳା ସଶକ୍ତିକରଣ ବଳରେ ପାଲଟିଛି ମହାଶକ୍ତି..!
ଗାଁ ମୁଲକରେ, ଅଜ୍ଞାନ ଅନ୍ଧାରେ,
ଢାଳି ନାହିଁ ଲୁହ,ନିରକ୍ଷରା ଝିଅ
ଅସହାୟା ରେବତୀ...!!!

ବିସ୍ମିତ ଲାଗେ ଦେଖି
ନାରୀ ଶିକ୍ଷାର ଅଗ୍ରଗତି,
ଏବେତ ସଵୁଝିଅମାନେ
ପୁଅଙ୍କୁ ଟପିଲେ,
ଦେଖାଇ ପ୍ରତିଭା ର କରାମତି..! ଆଜି ଉଚ୍ଚ ଶିକ୍ଷିତାଆଦିବାସୀ କନ୍ୟା ,ହେଲେଣି ରାଷ୍ଟ୍ରପତି..!

ଅତ୍ୟାଚାରୀ ମଙ୍ଗରାଜ ମାନଙ୍କର
ଶେଷ ହେଲାଣି ରାଜୁତି,
ଲୋପ ପାଇଲାଣି ଜମିଦାରୀ ପ୍ରଥା
ଗୋତି ଶ୍ରମିକ ନୀତି,
ସାରିଆ,ଭଗିଆ ଚାଷୀ ପାଇଲେଣି
ନଗ୍ନ ଶୋଷଣ,ରୁ ମୁକ୍ତି,...!

ମଦୁଆ ମରଦ, ହେଲେଣି ସାଵାଡ
ହେଉଛନ୍ତି ଛାଟିପିଟି,
ଜାଗ୍ରତ ମହିଳା ସଂଘବଦ୍ଧ ହୋଇ
ଭାଙ୍ଗୁଛନ୍ତି ମଦଭାଟି,

ସରକାର ଙ୍କ
ନାରୀ ସଂରକ୍ଷଣ ନୀତି ..!!
କ୍ଷମତା ଚୌକୀ ରେ ବସିଲେଣି
ଏବେ ନିର୍ବାଚିତା ନାରୀ ନେତ୍ରୀ,
ହେ , କ୍ରାନ୍ତି ପୁରୁଷ,
ଏବେ ଆସିଲାଣି କ୍ରାନ୍ତି....!!!

*******
ବ୍ୟାସକବି ଫକୀରମୋହନ ଙ୍କ
ଜୟନ୍ତୀ ଅବସରରେ ଲିଖିତ
**************
ଭରତ ପାତ୍ର,
ପାର୍କ ରୋଡ଼, କେନ୍ଦୁଝର ଗଡ
ମୋବାଇଲ: 94371 19735
*********

23
1237 views