ଯୌତୁକ - ଡଃ ବିଦ୍ୟାଧର ମହାନ୍ତଙ୍କ ଦ୍ଵାରା ରଚିତ କବିତା।
।। ଯୌତୁକ।।
ପିତା ମାତା ଙ୍କର ମନେ ସୁଖ ମିଳେ
ଝିଅ ହେଲେ ବିବାହିତ,
ଅନ୍ତର ମନରେ ଆନନ୍ଦ ମିଳଇ
ତାହା ସଂସାରର ହିତ।୧।
ଝିଅ ଗଲେ ଥରେ ଶାଶୁ ଘର ଚାଲି
ଯୌତୁକ ଜିନିଷ ନେଇ,
ଶାଶୁ ଘର ଲୋକ କରନ୍ତି ଆଦର
ଭଲ ବ୍ୟବହାର ଦେଇ।୨।
ବୋହୂର ଅଭାବ କରି ଉପଲବ୍ଧି
ଶାଶୁ ଘର ଲୋକ ମାନେ,
ବୋହୂ ବୋହୂ ବୋଲି କରନ୍ତି ଆଦର
କଥା ଶୁଣିନିଜ କାନେ।୩।
ଯାନୀ ଯଉତୁକ ଆଣି ଥିଲେ ବୋହୁ
ଶାଶୁ ଘରେ ସମାଦର,
ନୋହିଲେକେବଳ ଗଞ୍ଜଣା ମିଳଇ
ଲୁହେ ଭିଜେ ତାଙ୍କ ଘର।୪।
ନିଷ୍ଠୁର ମଣିଷ ହାତରୁ କୁଳିିଶ
ବରଷଇ ଦିନ ରାତି,
କାରଣ ନ ଥାଇ ସ୍ୱାମୀର ମୁଣ୍ଡରେ
ବଢିଯାଏ କ୍ରୋଧ ତାତି।୫।
ସୁନ୍ଦର ମଣିଷ ହୁଏ ଅମଣିଷ
ପାଲଟେ ଅସୁର ଘରେ,
ଅହଂକାରୀ ହୋଇ ବୋହୂକୁ ପିଟଇ
ବୃଥା ସଦା ଅହଙ୍କାରେ।୬।
ମଦ ମାଂସ ଖାଇ ମୁଣ୍ଡକୁ ହଲାଇ
ପୁଅ ଆଊ ଶାଶୁ ମିଶି,
ପ୍ରହାର କରନ୍ତି ନିଜ ପରିବାରେ
ବୋହୂ ମରେ ଦିବା ନିଶି।୭।
ସୁନ୍ଦର ସଂସାର ଗଢ଼ି ବାକୁ ହେଲେ
ଯୌତୁକର ନିର୍ଯାତନା,
ଭୁଲିବାକୁ ହେବ ଯେତିକି ସମ୍ଭବ
କର ସ୍ଵାମୀ ଆରାଧନା।୮।
ଯୌତୁକ ରାକ୍ଷସ ଭୟଙ୍କର ହୁଏ
ନ ଦେଲେ ଯୌତୁକ ଭାର,
ଉଠାଏ ପକାଏ କଳି ହୁଡ଼ି ଶାଶୁ
ଜୀବନେ କାନ୍ଦିବା ସାର।୯।
ଯୌତୁକ ବଢ଼ିଲେ ହୁଏ ଛାରଖାର
ଭାଙ୍ଗେ ସୁନାର ସଂସାର,
ଉଦ୍ଧତ ପାଲଟେ ଶାଶୂ ଅକାରଣେ
ଜାଳେ ସୁନା ପରିବାର।୧୦।
କବି ଡ଼ଃ ଶ୍ରୀ ବିଦ୍ୟାଧର ମହାନ୍ତ,
ଗ୍ରାମ ପୋଷ୍ଟ ତମ୍ବାହରା ।।