logo

ହେବା ଆମେ ସାବଧାନ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ହେବା ଆମେ ସାବଧାନ


ଯେଉଁଠି ଚାଲିଛି ଡ୍ରେନ୍ କାମଟି
ଏଯାଏଁ ତ ସରିନାହିଁ
କେଉଁଠାରେ ଅଛି ତା ଉପର ଖୋଲା
ଜାଣେନା ଯେ କାହିଁ ପାଇଁ ।

ଏକଥାଟି ସତ ବଡ଼ଲୋକମାନେ
ରହିଥାନ୍ତି ସାବଧାନ
ହେଲେ ପିଲାମାନେ ଚପଳମତିରେ
ନଥାଏ ତାଙ୍କର ଧ୍ୟାନ ।

ଅସାବଧାନରୁ ଡ୍ରେନ୍ ରେ ପଡ଼ି
ଆଘାତ ପାଏଟି କିଏ
କେତେ ପ୍ରାଣ ଯାଏ ଏ ଦୁର୍ଘଟଣାରେ
ଦୁଃଖ ଆଣି ଭରିଦିଏ ।

ଦୋଷଟି କାହାର ଭୁଲ୍ ଯେ କାହାର
ଭାବିଛ କି କୁହ ଥରେ
ଯେଉଁଠାରେ ଡ୍ରେନ୍ ରହିଥାଏ ଖୋଲା
ମନରେ ଭୟଟି ଭରେ ।

ସମ୍ବାଦପତ୍ର କି ଟିଭିଟି ଖୋଲିଲେ
ଏ ସମ୍ବାଦ ଆମେ ପାଉ
ଏ ସବୁ ଶୁଣିକି ଏ ସବୁ ଜାଣିକି
ଚକିତ ଯେ ହୋଇଯାଉ ।

ଦୈବକୃତ ଜମା ନୁହଁଇ ଇଏରେ
ଇଏ ତ ମାନବ କୃତ
ହେଉ ସମାଧାନ ତା'ର ଅବସାନ
ନହେଉ ଜଣେ ବି ମୃତ ।

ନୀଳମଣି ଚାନ୍ଦ
ପୁରୁଣିଆଁ, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

4
838 views