logo

ଶୀତ ମହିମା - ଶରତ କୁମାର ସାହୁଙ୍କ ଦ୍ବାରା ରଚିତ କବିତା।

ଶୀତ ମହିମା
💐💐💐💐💐
ଶୀତ ବଢିଛି ତୋର ତାକତ,
ଏକାଠି କରୁଛୁ ତୁ ଶତ୍ରୁ ମିତ।
ସ୍ୱାମୀ ସ୍ତ୍ରୀ ଙ୍କର ହେଉନି କନ୍ଦଳ,
ତୋପାଇଁ ସାଙ୍ଗସାଥି ହୁଅନ୍ତି ଠୁଳ।
ସବୁବେଳେ ଲାଗୁଚି ତୋ କଷ୍ଟ,
ସୂର୍ଯ୍ୟ ଯେବେ ହୁଅନ୍ତି ଅସ୍ତ ।
ନିଆଁ ନିଆଁ ବୋଲି ହୁଏ ଖୋଜା,
ପାଖରେ ବସିଲେ ଲାଗେ ମଜା।
କାଠକୁଟାର ଚାହିଦା ବଢିଛି,
ଚା ଖଟିରେ ଭାରି ଭିଡ଼ ଜମୁଛି।
ଇଲେକ୍ଟ୍ରି ବିଲ ମାସକୁ କମୁଛି,
ପଖାଳ ଚାହିଦା ସେମିତି ରହିଛି।
ତୋ ପାଇଁ କମ୍ବଳ ବଣ୍ଟା ଚାଲିଛି,
କେତେ ଭୋଜି ଭାତ ହେଉଛି।
ଅଧା ଗାଧଉଛନ୍ତି ଡରି ଡରି,
କିଏ ମୁଣ୍ଡ ବୁଡାଉଛି ଥରିଥରି।
💐💐💐💐💐
ଶରତ କୁମାର ସାହୁ, ପୁରୁଣା ସହର, କେନ୍ଦୁଝରଗଡ।
ମୋବାଇଲ: 94372 14832

10
961 views