logo

ସୈନିକ ଟେ ମୁଁ ହେବି - ବିକାଶ କୁମାର ହୋତା ଙ୍କ ଦ୍ଵାରା ରଚିତ କବିତା।

*ସୈନିକ ଟେ ମୁଁ ହେବି*

ଦେଶ ମାତୃକା ସେବା ପାଇଁକି
ସୈନିକ ଟେ ମୁଁ ହେବି
ଲୋଡ଼ା ହୋଇଲେ ତାଆରି ପାଇଁ
ଜୀବନ ମୋର ଦେବି ||

ଶତୃର ସାମ୍ନା କରିବି ପରା
ଛାତି ଦେଖେଇ ଦେଇ
ଗରବ କରି କହି ବୁଲିବି
ଭାରତୀୟଟେ ମୁହିଁ ||

ଶତୃ ହାତରେ ଟେକି ଦେବିନି
ମାଟି ମାଆକୁ ମୋର
ବୁହାଇ ଦେବି ରକତ ନଦୀ
ପଡ଼ିଲେ ଦରକାର ||

ତ୍ୟାଗ କରିବି ମୋହ ମାୟାକୁ
ଦେଶର ରକ୍ଷା ପାଇଁ
ଅନ୍ୟାୟ ହେଲେ ଟିକିଏ ମୁଁ ତ
ପ୍ରଶୟ ଦେବି ନାହିଁ ||

ମନରେ ରଖି ନିଃସ୍ବାର୍ଥ ଭାବ
ଦେଶର ହିତ କରି
ଯୁଦ୍ଧ କରିବି କପାଳେ ମୋର
ବିଜୟ ଟୀକା ମାରି ||

ବୀରତ୍ବ ମୋର ଦେଖିବ ବିଶ୍ଵ
ଉଡ଼ାଇ ଦେବି ନେତ
ତ୍ରିରଙ୍ଗା ମାନ ରଖିବି ମୁହିଁ
ଗାଇ ବିଜୟ ଗୀତ ||

ଭାରତ ଭଳି ଦେଶରେ ମୋର
ହୋଇଛି ପରା ଜନ୍ମ
ସୈନିକ ହୋଇ ଲେଖି ମୁଁ ଦେବି
ସ୍ବର୍ଣ୍ଣାକ୍ଷରେ ମୋ ନାମ ||

ବିକାଶ କୁମାର ହୋତା,
ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧

14
857 views