
Fire in unit-1 market: ହୁତୁହୁତୁ ହୋଇ ଜଳିଲା ୟୁନିଟ୍ ୧ ହାଟ: ୨୫ରୁ ଅଧିକ ଦୋକାନ ଜଳିଗଲା।
ଭୁବନେଶ୍ୱର: ରାତି ପାଖାପାଖି ୧ଟା। ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଅଁା ଲାଗିଥିଲା। ଚାହୁଁଚାହୁଁ ନିଅଁାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେହିକିଛି ବୁଝିବା ଆଗରୁ ନିଅଁାର କରାଳ ଅଁାରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଅଁାରେ ଜଳିଯାଇଛି। ନିଅଁା ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଅଁା ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ତେବେ ଏକ ପ୍ଲାଷ୍ଟିକ୍ ଦୋକାନରେ ନିଅଁା ଲାଗିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମବାହିନୀକୁ ନୟାନ୍ତ ହେବାକୁ ପଡ଼ିଛି। ପ୍ରାୟ ୨୦ଫୁଟ ଉଚ୍ଚରେ ନିଅଁା ଜଳୁଥିବା ଦେଖି ସ୍ଥାନୀୟ ଲୋକେ, ଦୋକାନ ବନ୍ଦକରି ଘରକୁ ବାହାରୁଥିବା ଦୋକାନୀ ଓ କ୍ୟାପିଟାଲ ଥାନା ପୁଲିସ ହତଚକିତ ହୋଇଯାଇଥିଲେ।
ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୨୫ଟି ଦୋକାନ ଜଳିଯାଇଛି। ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭା ଆରମ୍ଭ କରିଛନ୍ତି। ନିଅଁାର ପ୍ରକୋପ ଭୟଙ୍କର ହୋଇଥିବାରୁ ନିଅଁା ଲିଭାଇବା ପାଇଁ ଆସିଥିବା ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ହାଟ ଭିତରକୁ ପଶିପାରୁନାହାନ୍ତି। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।