
ସେମିଳିଗୁଡା ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଓ ଅରା ୨୦୨୬ର ଉଦଯାପାନ ଉତ୍ସବ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡ଼ିଶା,ତା୧୯/୧/୨୫(ସୋମବାର)
ସେମିଳିଗୁଡା ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଓ ଅରା ୨୦୨୬ର ଉଦଯାପାନ ଦିବସ ପାଳିତ
ସେମିଳିଗୁଡା ମହାବିଦ୍ୟାଳୟର ୪୦ତମ ବାର୍ଷିକୀ ସମାରୋହ ଏବଂ ତିନିଦିବସୀୟ ଯୁବ ଉତ୍ସବ "ଅରା ୨୦୨୬"ର ତୃତୀୟ ଓ ଶେଷ ଦିବସ ଅତ୍ୟନ୍ତ ଉଲ୍ଲାସ, ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଦିବସର ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ଜେନା ଯୁବ ପିଢ଼ିକୁ କହିଲେ, "ଶିକ୍ଷା ହେଉଛି ସଶକ୍ତିକରଣର ମୂଳଦୁଆ। ଏହି କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେଉଁ ପ୍ରତିଭା ଓ ମେଧା ପ୍ରଦର୍ଶନ କରୁଛନ୍ତି, ତାହା ଓଡ଼ିଶାର ଭବିଷ୍ୟତ ପାଇଁ ଶୁଭ ସୂଚନା।" ସେ ମହାବିଦ୍ୟାଳୟର ଗୌରବମୟ ୪୦ ବର୍ଷର ଯାତ୍ରାକୁ ଅଭିନନ୍ଦନ ଜଣାଇ ପ୍ରତିଷ୍ଠାତା କୃଷ୍ଣ ସିଂହଙ୍କୁ ଭୂୟସୀ ପ୍ରଶଂସା କରି ଏହାର ବିକାଶ ପାଇଁ ସରକାରଙ୍କ ସହଯୋଗର ଆଶ୍ୱାସନା ମଧ୍ୟ ଦେଲେ।
ଏହି ଅବସରରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, କୋରାପୁଟର ଉପ ଜିଲ୍ଲାପାଳ ଶ୍ରୀ ପ୍ରେମଲାଲ ହିଆଲ୍, ସୁନାବେଡ଼ା ପୌରପାଳିକାର ସଭାପତି ଶ୍ରୀ ରାଜେନ୍ଦ୍ର ପାତ୍ର ସହିତ ଅନେକ ଗଣମାନ୍ୟ ଅତିଥି ଉପସ୍ଥିତ ଥିଲେ। ସେମାନେ ବାର୍ଷିକୀ ଉତ୍ସବରେ ବିଭିନ୍ନ ସାଂସ୍କୃତିକ ଏବଂ ସାହିତ୍ୟିକ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଝାନ୍ସି ସିଂହ ଏହି ସଭାରେ ସଭାପତିତ୍ୱ କରିଥିଲେ। ୟୁଥ ରେଡ୍ କ୍ରସର କାଉନସିଲର ତଥା ଏହି ଶିବିରର ସଂଯୋଜକ ଶ୍ରୀ ଶିବାଶିଷ ପଟ୍ଟନାୟକ ଓ ଅର୍ଥନୀତି ବିଭାଗର ଅଧ୍ୟାପିକା ଶ୍ରୀମତୀ ରୋନାଳି ନାୟକ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।
ଶେଷ ଦିବସରେ ବାର୍ଷିକୀ ସହିତ ଯୁବ ଉତ୍ସବ "ଅରା"ର ସମାପ୍ତି ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ସଂସ୍କୃତିକ ପ୍ରଦର୍ଶନ, ଗୀତ, ନାଟକ ଓ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅଧ୍ୟାପକ,ଅଧ୍ୟାପିକ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମାବେଶରେ ମହାବିଦ୍ୟାଳୟ ପରିସର ଏକ ଉତ୍ସବମୁଖର ପରିବେଶରେ ପରିଣତ ହୋଇଥିଲା।
ଏହି କାର୍ଯ୍ୟକ୍ରମର ସଫଳ ଶେଷ ମାଧ୍ୟମରେ ସେମିଲିଗୁଡ଼ା ମହାବିଦ୍ୟାଳୟ ତା'ର ଚାରି ଦଶନ୍ଧିର ସଫଳ ଯାତ୍ରା ପାଇଁ ଏକ ଶକ୍ତିଶାଳୀ ବିବରଣୀ ରଚନା କରିଛି ଏବଂ ଅଞ୍ଚଳର ଯୁବଶକ୍ତିକୁ ଏକାଠି କରିବାରେ ଅରା ଉତ୍ସବର ଲକ୍ଷ୍ୟ ସଫଳ ହେଇଛି।