
ଚମ୍ପୁଆ ମା 'ତାରିଣୀ ହସ୍ପିଟାଲରେ ଇ. ଏସ. ଆଇ ସେବା ଯୋଜନା ଶୁଭାରମ୍ଭ।
ଚମ୍ପୁଆ ମା 'ତାରିଣୀ ହସ୍ପିଟାଲରେ ଇ. ଏସ. ଆଇ ସେବା ଯୋଜନା ଶୁଭାରମ୍ଭ।
ଚମ୍ପୁଆ -୧୮/୦୧, ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମା 'ତାରିଣୀ ହସ୍ପିଟାଲ ପ୍ରା. ଲିଃ ରେ ଇ. ଏସ. ଆଇ ଏମ୍ପଲମେଣ୍ଟ ଷ୍ଟେଟ ଇନ୍ସୁରାନ୍ସ (ରାଜ୍ୟ କର୍ମଚାରୀ ବୀମା ଯୋଜନା ) ରେ ମାଗଣା ସ୍ଵlସ୍ଥ୍ୟ ସେବା ପ୍ରଦାନ ନିମିତ୍ତ ଯୋଜନା ର ଶୁଭାରମ୍ଭ କରାଯାଇଛି l ଆୟୋଜିତ ସେବା ଯୋଜନା ଉଦଘାଟନ ସମାରୋହରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଇ. ଏସ. ଆଇ ଜଏଣ୍ଟ ଡାଇରେକ୍ଟର ଡାକ୍ତର ସୁରେନ୍ଦ୍ର ନାଥ ନାଏକ, ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଉମାକାନ୍ତ ସାହୁ, ମା 'ତାରିଣୀ ହସପିଟାଲ ର ପରିଚାଳନା ନିର୍ଦେଶକ ଡ଼କ୍ଟର ଗଣେଶ୍ୱର ମହାନ୍ତ ପ୍ରମୁଖ ଯୋଗ ଦେଇ ଇ. ଏସ. ଆଇ ସେବା ଯୋଜନାର ଶୁଭାରମ୍ଭ କରିଥିଲେ l ରାଜ୍ୟ ସରକାରଙ୍କ ସ୍ଵlସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଅନୁବନ୍ଧିତ ମା ତାରିଣୀ ହସ୍ପିଟାଲରେ ମେଡ଼ିସିନ, ଗାଈନିକ (ସ୍ତ୍ରୀ ଓ ପ୍ରସୂତି ), ସର୍ଜରୀ ଓ ଚକ୍ଷୁ ବିଭାଗର ସମସ୍ତ ମାଗଣା ଚିକିତ୍ସା ସେବା ରାଜ୍ୟ କର୍ମଚାରୀ ବୀମା ଯୋଜନାରେ ପାଇ ପାରିବେ ବୋଲି ଅତିଥି ମାନେ ଦିଗଦର୍ଶନ ଦେଇ ଇ. ଏସ. ଆଇ ର ସୁଯୋଗ ନେବାକୁ ଅବଗତ କରିଥିଲେ l କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵlଗତ ସମର୍ଦ୍ଧନା କରାଯିବା ପରେ ମା 'ତାରିଣୀ ଙ୍କ ଫଟୋ ଚିତ୍ରରେ ଧୂପ ପ୍ରଦୀପ ପ୍ରଯ୍ୟଳନ କରାଯାଇ ନଡ଼ିଆ ଭାଙ୍ଗି ଯୋଜନା ର ଶୁଭ ଉଦଘାଟନ କରାଯାଇଥିଲା l ମା ତାରିଣୀ ହସ୍ପିଟାଲର ପରିଚାଳନା ନିର୍ଦେଶକ ଡ଼କ୍ଟର ଗଣେଶ୍ୱର ମହାନ୍ତ ପ୍ରାରମ୍ଭିକ ସୂଚନା, ସ୍ଵlଗତ ସମ୍ଭାଷଣ କରିଥିବା ବେଳେ ନିର୍ଦ୍ଧେଶିକା ଶୁଚିସ୍ମିତା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଚମ୍ପୁଆ ଗଣମାଧ୍ୟମ ର ପ୍ରତିନିଧି, ହସ୍ପିଟାଲର କର୍ମଚାରୀଙ୍କ ସହିତ ଚିପ ଅଫ ଅପରେସନ ଡାକ୍ତର ପ୍ରମୋଦ ପାଣି, ଡାକ୍ତର ରୁଦ୍ର ନାରାୟଣ ବଳ, ଡାକ୍ତର ଚିତ୍ତ ରଞ୍ଜନ ନାୟକ, ଡା. ରାଜୁ ଵାଲା, ଡାକ୍ତର ଚୁମୁକିରାଣୀ ପାତ୍ର, ଡାକ୍ତର ଜାୟତ୍ରୀ ପ୍ରଧାନ, ଡା. ସମୀର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।