logo

କେନ୍ଦୁଝର କରଣ ପରିବାରର ବନ୍ଧୁ ମିଳନ।

କେନ୍ଦୁଝର କରଣ ପରିବାରର ବନ୍ଧୁ ମିଳନ।

କେନ୍ଦୁଝର, ୧୮ା୧: କେନ୍ଦୁୁଝର କରଣ ପରିବାରର ବାର୍ଷିକ ବନ୍ଧୁ ମିଳନ ରବିବାର ବଡହଳ ଗ୍ରୀନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି । କରଣ ପରିବାରର ଉନ୍ନତି ଏବଂ ଏହାର ସାମୁହିକ ବିକାଶର ଆଭିମୁଖ୍ୟ ନେଇ ଏବଂ ନିଜ ମଧ୍ୟରେ ଏକକ ପରିଚୟାତ୍ମକ ତଥା ପାରିବାରିକ ଭାବାବେଗ ପରିବେଶ ସୃଷ୍ଟି ପାଇଁ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଏହି ବନ୍ଧୁମିଳନ କରାଯିବ ବୋଲି ସଭାପତି ଅନୁପ ମହାନ୍ତି ସୂଚନା ଦେଇଥିଲେ । ଉପଦେଷ୍ଟା ରବିନାରାୟଣ ଦାସ ଏହି ବନ୍ଧୁମିଳନରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ବନ୍ଧୁମିଳନର ଆବଶ୍ୟକ ଉପରେ ମତ ରଖିଥିଲେ । ବରିଷ୍ଠ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ପ୍ରଭଞ୍ଜନ ପଟ୍ଟନାୟକ ଏହି ପରିବାରକୁ ରାଜନୈତିକ ବିଭେଦରୁ ଉର୍ଦ୍ଧ୍ୱରେ ରଖି ପରିବାରକୁ ଆଗେଇ ନେବାପାଇଁ ପରାମର୍ଶ ଦେଇଥିଲେ । ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ ଏହି ପରିବାରକୁ ସାମାଜିକ କାର୍ଯ୍ୟରେ ଅର୍ପଣ ପୂର୍ବକ ଏହାର ପରିସରକୁ ବୃଦ୍ଧିି କରିବା ପାଇଁ ମତ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଲୋକାଭିମୁଖି ତଥା ସେବା ମୂଳକ କାର୍ଯ୍ୟରେ ପରିବାରକୁ ନିୟୋଜିତ କରିବା ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ବରିଷ୍ଠ ସଭ୍ୟ କିଶୋର ଚନ୍ଦ୍ର ଦାସ ମତ ରଖିଥିଲେ । ଏହି ବନ୍ଧୁ ମିଳନରେ ପରିବାରକୁ ଚଳାଇ ନେବପାଇଁ ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତ୍ୟେକ ମାସରେ ବୈଠକ କୁ ସୁନିଶ୍ଚିତ କରିବା ପାଇଁ ସମ୍ପାଦକ ପ୍ରତ୍ୟୁଷ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ପରିବାରର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ପ୍ରତ୍ୟେକ ସଦସ୍ୟ ୫ଜଣ (ଅତି କମ୍‌ରେ) ସଦସ୍ୟ ପ୍ରଦାନ ପାଇଁ ପ୍ରିୟଦର୍ଶୀ ପଟ୍ଟନାୟକ ମତ ଦେଇଥିଲେ । ପରିବାରର ବରିଷ୍ଠ ସଦସ୍ୟ ବିନୟ ପଟ୍ଟନାୟକ ଏକ ଶୃଙ୍ଖଳିତ ପରିବାର ଗଠନର ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ସହ ଏହି କରଣ ପରିବାରକୁ ନୂତନ ଦିଗ୍‌ଦର୍ଶନ ଦେବା ସହ ବୈଠକକୁ ଏକ ନିଜସ୍ୱ ସଭାଗୃହରେ କରାଇବା ପାଇଁ ମତ ରଖିଥିଲେ । ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ଦାସ, ବିଧାନ ପଟ୍ଟନାୟକ, ସାମ୍ବାଦିକ ପ୍ରଦୀପ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଆଇନଜୀବୀ ସୁବ୍ରତ ମହାନ୍ତି, ଅମର ପଟ୍ଟନାୟକ, ମହେଶ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ ଏହି ବୈଠକ ପାଇଁ ଆବଶ୍ୟକ ଭିତ୍ତିଭୂମି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶେଷରେ ସଂଘର ବରିଷ୍ଠ ସଦସ୍ୟ ପ୍ରଦୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସଦସ୍ୟ ସାମିଲ ହୋଇଥିଲେ । କରଣ ପରିବାରର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜାତୀୟ ସଙ୍ଗୀତ ଗାନ ରୁ ଆରମ୍ଭ ହୋଇ ଶାନ୍ତି ପ୍ରାର୍ଥନାରେ ଶେଷ ହୋଇଥିଲା ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

6
685 views