logo

କାଶୀପୁର ନଂ -୨ ସମିତି ର ଧlନମଣ୍ଡି ଶୁଭାରମ୍ଭ

ଖୋର୍ଦ୍ଧା,୧୯.୧.୨୬(ଏ.ଆଇ.ଏମ.ଏ : ଖୋର୍ଦ୍ଧା ଜ଼ିଲ୍ଲା ବାଲୁଗାଁ ଆର ଏମ ସି ଅଧୀନ କାଶୀପୁର ନଂ- ୨ ସେବା ସମବାୟ ସମିତି ରେ ଚାଷୀ ଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଧନମଣ୍ଡି ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ, ବ୍ଲକ କିମ୍ବା ଜ଼ିଲ୍ଲା ସ୍ତରୀୟ କୌଣସି ଗୁରୁତ୍ୱପୂର୍ଣ ପଦାଧିକାରୀ କିମ୍ବା ମିଲର ଯୋଗ ଦେଇନଥିଲେ l କେବଳ ନୋଡାଲ ଅଫିସର ପଲଟନ କିସକୁ, ଆର.ଏମ.ସି କର୍ମଚାରୀ ସୁବାଷ ପରିଡା, ପରଚେଜିଙ୍ଗ ଅଫିସର ହୁଲ୍ଲାସ ପରିଡା, ସମିତି ସଭାପତି ପ୍ରଦୀପ ଷଡ଼ଙ୍ଗୀ ଓ ପରଚେଜିଙ୍ଗ କମିଟି ସଭ୍ୟ ଦୀପକ ପ୍ରଧାନ, ମିଲର ଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଧାନମଣ୍ଡି ଉଦଘାଟନ ର ଶୁଭାରମ୍ଭ କରିଥିଲେ l ପ୍ରଥମ ଚାଷୀ ଶ୍ରୀକାନ୍ତ ସାହୁ ଙ୍କ ଧାନ ଅନୁକୂଳ କରାଯାଇଥିଲା l ସମିତି ସମ୍ପାଦକ ଗୌର ଗୋବିନ୍ଦ ପଟ୍ଟନାୟକ,କର୍ମଚାରୀ ସଂଗୀତା ମହାପାତ୍ର ଓ ଅନନ୍ତ ରାୟସିଂ ସହଯୋଗ କରିଥିଲେ l ଆଜି ୨୫ ଜଣ ଚାଷୀ ଙ୍କ ଧାନ କ୍ରୟ ହେବା ସୂଚନା ମିଳିଛି l ଚାଷୀମାନଙ୍କ ଯେପରି ମଣ୍ଡିରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି l

56
2116 views