
Ganesh PANIGRAHI
ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ୮୪ ତମ ବାର୍ଷିକ ଉତ୍ସବ
ପୋଲସରା ୧୮/୦୧/୨୬ ପୋଲସରା ସହର ସ୍ଥିତ ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ୮୪ ତମ ବାର୍ଷିକ ଓ କ୍ରୀଡ଼ା ଉତ୍ସବକୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ଉଦଘାଟନ କରିଥିଲେ। କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ପ୍ରଦର୍ଶନ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ "ଖେଲୋ ଇଣ୍ଡିଆ" ଉଦ୍ଦେଶ୍ଯ ସାଧିତ ହେଉଥିବା ପ୍ରତିପାଦିତ କରୁଥିଲା। ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହାର ଆୟୋଜନ ପାଇଁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇ ଛତ୍ରୀ ମାନଙ୍କ ସହିତ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।୨୦୨୫ ଦଶମ ଶ୍ରେଣୀ ଟପ୍ପର ଶ୍ଯାମପ୍ରକାଶ ସାହୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିବା ସହିତ କୃତିତ୍ବ ହାସଲ କରିଥିବା ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମାନପତ୍ର ଓ ଟ୍ରଫି ଦେଇ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରିଥିଲେ। ମନ୍ତ୍ରୀ ଙ୍କ ଓଏସଡି ପ୍ରତାପ ଚନ୍ଦ୍ର ପ୍ରଧାନ,ଏସଏମସି ସଭାପତି ରତ୍ନାକର ସାହୁ, ସମାଜସେବୀ ଜଗନ୍ନାଥ ବାଢେଇ, ଏମପି ପ୍ରତିନିଧି ସିମାଞ୍ଚଳ ସାହୁ, ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସପାଲ ଡଃ ଦିଲ୍ଲୀପ କୁମାର ନାୟକ, ବରିଷ୍ଠ ଶିକ୍ଷକ ପ୍ରଭାକର ପ୍ରଧାନ,ଆଲୁମିନ୍ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ, ବିଧାୟକ ପ୍ରତିନିଧି କାମ୍ପ ବାଢେଇ, କାଉନସିଲର ଯଜ୍ଞ ନାରାୟଣ ସାହୁ ମଞ୍ଚାସିନ ହୋଇଥିଲେ। ମଞ୍ଚ ପରିଚାଳନା ବିଦ୍ୟାଳୟ ଶିକ୍ଷକ ଅମରେଶ ପଟ୍ଟନାୟକ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ