logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସେମିଳିଗୁଡା ମହାବିଦ୍ୟାଳୟରେ ଯୁବ ଉତ୍ସବ 'ଅରା-୨୦୨୬'ର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡ଼ିଶା ।

ଯୁବ ଉତ୍ସବ "ଅରା-୨୦୨୬"ର ଦ୍ୱିତୀୟ ଦିବସ

କୋରାପୁଟ ଜିଲ୍ଲାର ସେମିଳିଗୁଡା ମହାବିଦ୍ୟାଳୟରେ ଅନୁଷ୍ଠିତ ତ୍ରି-ଦିବସୀୟ ଯୁବ ଉତ୍ସବ "ଅରା"ର ଦ୍ୱିତୀୟ ଦିବସ ଅତ୍ୟନ୍ତ ଉତ୍ସାହଜନକ ଭାବେ ଅତିବାହିତ ହୋଇଛି। ଦିନଟିର ଆରମ୍ଭ ସର୍ବଧର୍ମ ପ୍ରାର୍ଥନା ସହ ହୋଇଥିଲା।

ପରବର୍ତ୍ତୀ ସମୟରେ ଜାତୀୟ ଯୁବ ପ୍ରକଳ୍ପ, ଓଡ଼ିଶା ର ସଭାପତି ଶ୍ରୀ ମଧୁସୂଦନ ଦାସ ଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସଙ୍ଗୋଷ୍ଠୀ ଖେଳର ଆୟୋଜନ କରାଯାଇଥିଲା, ଯାହାକି ଦଳଗତ ଭାବନା ,ଜାତୀୟ ସଂହତି, ନେତୃତ୍ୱ ନେବାର କଳା,ସଦଭାବନା,ବନ୍ଧୁତା ଏବଂ ସହଯୋଗ କୁ ପ୍ରୋତ୍ସାହିତ କରିଥିଲା। ତା’ପରେ ଯୁବକ ଯୁବତୀମାନେ ରାଣୀଡୁଡୁମା ଜଳପ୍ରପାତ ଅଭିମୁଖେ ଯାତ୍ରା କରିଥିଲେ। ପର୍ଯ୍ୟଟନ ସ୍ଥଳି ର ସ୍ୱଚ୍ଛତା କୁ ଗୁରୁତ୍ଵ ଦେଇ,ରାଣୀଡୁଡୁମା ଜଳପ୍ରପାତରେ ସଫେଇ କାର୍ଯକ୍ରମ କରାଯାଇଥିଲା।ଏହି ପ୍ରକୃତି ସହ ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନତାର ବନ୍ଧନ ଉପରେ ଏକତାର ସୂତ୍ର ଗଠନ କରିବାର ପ୍ରେରଣା ମିଳିଥିଲା।

ସକାଳ ଅଧିବେଶନର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଶ୍ରୀମତୀ ବୃନ୍ଦା ଧର୍ମରାଜନ ସିଂହ। ତାଙ୍କ ବକ୍ତବ୍ୟରେ ସେ ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟା ଯୁଗରେ ଖାପ ଖୁଆଇବା, ଏବଂ ମନ୍ତ୍ର ଜପ ଓ ଧ୍ୟାନ ମାଧ୍ୟମରେ ଏକାଗ୍ରତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ସନ୍ଧ୍ୟା ଅଧିବେଶନର ମୁଖ୍ୟ ଆକର୍ଷଣ ହେଉଛି ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କର ସାଂସ୍କୃତିକ ଓ ଏହି ସଭାକୁ ଆସିବାକୁ ସମ୍ମତି ପ୍ରଦାନ କରିଛନ୍ତି ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ ଓ ଶ୍ରୀ ଝିନ୍ ହିକକା, ପୂର୍ବତନ ବିଧାୟକ ଶ୍ରୀ ରଘୁରାମ ପଡ଼ାଲ, ଶ୍ରୀ ପ୍ରଫୁଲ୍ଲ ପାଙ୍ଗି, ଶ୍ରୀ ପିତମ୍ ପାଢ଼ି, ଇଣ୍ଡିଆନ ବ୍ୟାଙ୍କ ମେନେଜର, ଷ୍ଟେଟ ବ୍ୟାଙ୍କ ମେନେଜର, ପ୍ରଫେସର ସୌରଭ ଗୁପ୍ତା,ଶ୍ରୀ ଜଗଦୀଶ ଖୋସଲା,ଡ଼ ପ୍ରଦୀପ ବେହେରା ଏବଂ ଡ଼ ଚିତ୍ତରଞ୍ଜନ ମିଶ୍ର । ଅଧ୍ୟକ୍ଷା ଡ଼ ଝାନ୍ସି ସିଂହ ଓ ୟୁଥ ରେଡ୍ କ୍ରସର କାଉନସିଲର ଶ୍ରୀ ଶିବାଶିସ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଏହି କାର୍ଯକ୍ରମ ଶୃଙ୍ଖଳିତ ଭାବରେ ଚାଲିଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର ଛାତ୍ରୀମାନେ ଉତ୍ସାହ ର ସହ ଭାଗ ନେଇ ଏହି ଯୁବ ମେଳାରେ ଏକ ନୂତନ ଶକ୍ତି ର ସଂଚାର ଘଟାଇଚନ୍ତି।

12
96 views

Comment